BREAKING
Loading...
:

ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ ବିଧାୟକ ପ୍ରାଥୀ ବୀରେନ୍ଦ୍ର ବାଗ ଙ୍କୁ ଗୁହାରି ଜଣେଇଲେ ମହିଳା

 ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ  ବିଧାୟକ ପ୍ରାଥୀ ବୀରେନ୍ଦ୍ର ବାଗ ଙ୍କୁ ଗୁହାରି ଜଣେଇଲେ ମହିଳା 



ବଲାଙ୍ଗୀର ଜିଲ୍ଲାର ସଇଁତଳା ବ୍ଲକ ଅନ୍ତର୍ଗତ କୁଇକେଡ଼ା ଗ୍ରାମର  ରେ  ଦୀର୍ଘଦିନ ଧରି ଶୁଦ୍ଧ ପିଇବା ପାଣିରୁ ବଞ୍ଚିତ ହୋଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମର ନଳକୂପ ଓ ପାଇପ ଜଳଯୋଗାଣ ବ୍ୟବସ୍ଥା ଅଚଳ ହୋଇପଡ଼ିଥିବାରୁ ଲୋକମାନେ ଦୂରଦୂରାନ୍ତରୁ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି ବିଶେଷ କରି ମହିଳା ଓ ଶିଶୁମାନେ ପାଣି ସଂଗ୍ରହ ପାଇଁ ଦିନକୁ ଅନେକ ସମୟ ବ୍ୟୟ କରୁଥିବାବେଳେ, ଗ୍ରୀଷ୍ମ ପ୍ରବାହରେ ସମସ୍ୟା ଆହୁରି ଗୁରୁତର ହୋଇପଡ଼ିଛି। ଅଶୁଦ୍ଧ ପାଣି ବ୍ୟବହାର କରିବା ଫଳରେ ବିଭିନ୍ନ ଜଳଜନିତ ରୋଗ ଛଡ଼ାଇବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି।ପ୍ରଶାସନଙ୍କୁ ଶୀଘ୍ର ସ୍ଥାୟୀ ପିଇବା ପାଣି ବ୍ୟବସ୍ଥା କରିବା ସହ ଅଚଳ ନଳକୂପ ମରାମତି କରିବା ପାଇଁ ପୂର୍ବତନ ବିଧାୟକ ପ୍ରାଥୀ ବୀରେନ୍ଦ୍ର ବାଗ ଦାବି ଜଣାଇଛନ୍ତି। ଯଦି ଶୀଘ୍ର ସମାଧାନ କରାନଯାଏ, ତେବେ କଂଗ୍ରେସ ପକ୍ଷରୁ ବ୍ଲକ ସମ୍ମୁଖରେ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଶ୍ରୀ ବାଗ ସତର୍କ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS