ବହୁ ଚର୍ଚ୍ଚିତ ସାମ୍ବାଦିକ ଙ୍କୁ ଅସଦ୍ ବ୍ୟବହାର ଖବରରେ ପଡ଼ିଲା ଯବନିକା।ରାସୋଳ ଥାନା ରେ ହେଲା ସମାଧାନ।
ରାସୋଳ,ହିନ୍ଦୋଳ,ଢେଙ୍କାନାଳ।
ସାମ୍ବାଦିକ ଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ସାମ୍ବାଦିକଙ୍କୁ ଆକ୍ରମଣ ର ଧମକ ଘଟଣା ରେ ହସ୍ତକ୍ଷେପ କଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସାମ୍ବାଦିକ ସଂଘ।
ସାମ୍ବାଦିକ ଙ୍କ କାର୍ଯ୍ୟ ରେ ବାଧକ ସୃଷ୍ଟି ତଥା ଧମକ ଦେଲେ ହେବ ଆଇନ ଗତ କାର୍ଯ୍ୟାନୁଷ୍ଠାନ ରାସୋଳ ଥାନା ପକ୍ଷରୁ ସୂଚନା।
ସୋସିଆଲ ମେଡିଆ ରେ ଗ୍ରାମ ର ସମସ୍ୟା ଭିତ୍ତିକ ପ୍ରଶ୍ନ ପାଇଁ ହେବନି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ।
ଗତ ୧୪/୦୫/୨୦୨୬ତାରିଖ ରେ ଟାଟା ଷ୍ଟିଲ ଫାଉଣ୍ଡେସନ ଆୟୋଜିତ ଡିଗ୍ରୀ ମହିଳା ମହାବିଦ୍ୟାଳୟ(ରାସୋଳ)ର ଶ୍ରେଣୀ ଗୃହ ନିର୍ମାଣ ର ଶିଳାନ୍ୟାସ ପାଇଁ ଏକ ସ୍ବତନ୍ତ୍ର ଆୟୋଜିତ କାର୍ଯ୍ୟକ୍ରମରେ ଜନୈକ ସାମ୍ବାଦିକ ତଥା ସମାଜସେବୀ ବିଭୁ ପ୍ରସାଦ ଶତପଥୀ ଙ୍କୁ ଆକ୍ରମଣ ଧମକ ଘଟଣା ରେ ପଡ଼ିଲା ଯବନିକା।ଗତ କାଲି ସଂନ୍ଧ୍ୟା ସାତ ଘଟିକା ସମୟ ରେ ରାସୋଳ ଥାନା ଅଧିକାରୀ ଶ୍ରୀଯୁକ୍ତ ବିଶ୍ବ ଭୁଷଣ ସ୍ବାଇଁ ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାସୋଳ ଥାନା ଅଭ୍ୟର୍ଥନା କକ୍ଷରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସାମ୍ବାଦିକ ସଂଘର ସଭାପତି ପ୍ରଶାନ୍ତ ଦାସ୍ ଓ ସମ୍ପାଦକ ସୁଜିତ୍ ବେହେରା ଓ ସାମ୍ବାଦିକ ଗଣ ତଥା ରାସୋଳ ର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ରମେଶ ସାହୁ ଓ ରାସୋଳ ବିଜେପି ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଲିଙ୍ଗରାଜ ସାହୁ ଙ୍କର ଉପସ୍ଥିତି ରେ ସାମ୍ବାଦିକ ତଥା ସମାଜସେବୀ ଙ୍କୁ ଆକ୍ରମଣ ଧମକ ଘଟଣା ର ପଂଖାନୁପୁଂଖ ଆଲୋଚନା ପରେ ପ୍ରଥମ ପକ୍ଷ ଅଭିଯୋଗ କାରୀ ସାମ୍ବାଦିକ ବିଭୁ ପ୍ରସାଦ ଶତପଥୀ ଓ ଦ୍ଵିତୀୟ ପକ୍ଷ ଅଭିଯୁକ୍ତ ଶତୃଘ୍ନ ସାହୁ ଓ ମନୋରଞ୍ଜନ ନାଥ ଙ୍କ ଭିତରେ ଆପୋଷା ବୁଝାମଣା ଦ୍ଵାରା ବହୁ ଚର୍ଚ୍ଚିତ ସାମ୍ବାଦିକଙ୍କୁ ଆକ୍ରମଣ ଧମକ ଘଟଣା ର ଅନ୍ତ ଘଟିଛି।ତେବେ ସୋସିଆଲ ମେଡିଆ ରେ ଗ୍ରାମ ର ସ୍ବାର୍ଥ ତଥା ସମସ୍ୟା ଭିତ୍ତିକ ପ୍ରଶ୍ନ ଉଠାଇବା ଏକ ଗୁରୁତର ଅପରାଧ ହୋଇ ନଥିବା ବେଳେ କର୍ତ୍ତବ୍ୟ ରତ ସାମ୍ବାଦିକ ଙ୍କୁ ଆକ୍ରମଣ ର ଧମକ ଧର୍ତ୍ତବ୍ଯ ଅପରାଧ।ଅଭିଯୁକ୍ତ ମାନଙ୍କ ର ଏଭଳି କାର୍ଯ୍ୟକଳାପ ର ପୁନରାବୃତ୍ତି ଓ ଅଭିଯୋଗ କାରୀ ସାମ୍ବାଦିକ ଙ୍କର ସୋସିଆଲ ମେଡିଆ ରେ କାହାକୁ ବ୍ୟକ୍ତିଗତ ଆକ୍ଷେପ ଜନିତ ପୋଷ୍ଟ ନକରିବା ନେଇ ବାରଣ କରାଯିବା ସହିତ ଏହାଙ୍କୁ ଅମାନ୍ୟ କଲେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାସୋଳ ଥାନା ପକ୍ଷରୁ ସୂଚନା ମିଳିଛି।ତେବେ ଉଭୟ ପକ୍ଷ ଲିଖିତ ରାଜିନାମା ରେ ନିଜର ସହମତି ପ୍ରଦାନ ପୂର୍ବକ ଏଭଳି ଅପ୍ରିତୀକର ପରିସ୍ଥିତି ର ପୁନରାବୃତ୍ତି ହେବ ନାହିଁ ବୋଲି ଜଣାଇଛନ୍ତି
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment