BREAKING
Loading...
:

ତେଲନଦୀରେ କୁମ୍ଭୀର ଆତଙ୍କ ନାକେଦମ୍ ବନ ବିଭାଗ ଓ ଦମକଳ ବିଭାଗ ।

 ତେଲନଦୀରେ କୁମ୍ଭୀର ଆତଙ୍କ

ନାକେଦମ୍ ବନ ବିଭାଗ ଓ ଦମକଳ ବିଭାଗ ।




ବୌଦ୍ଧ-:ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଗବଯୋର ତେଲନଦୀ କୂଳରେ ସକାଳ ୭ଘଣ୍ଟା ସମୟରେ ୮ଫୁଟ ଲମ୍ବର ଏକ ଘଡ଼ିଆଳ କୁମ୍ଭୀର ପାଣିରେ ପହଁରୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।ସଙ୍ଗେ ସଙ୍ଗେ କଣ୍ଟାମାଳ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ ।ଖବର ପାଇ କଣ୍ଟାମାଳ ଦମକଳ ବାହିନୀ ଓ ବନ ବିଭାଗ ଆସି କୁମ୍ଭୀରର ଗତି ବିଧି ଉପରେ ନଜର ରଖିବା ସହିତ କୁମ୍ଭୀରକୁ ସୁରକ୍ଷିତ ସ୍ଥାନରେ ଛାଡ଼ିବା ପାଇଁ ଚେଷ୍ଟା କରିଥିଲେ ।କିନ୍ତୁ ଇତି ମଧ୍ୟରେ ୧୦ଘଣ୍ଟା ବିତିଯାଇଥିଲେ ମଧ୍ୟ ମାତ୍ର ୨ଶହ ମିଟର ଭିତରେ ଥିବା ଜଣାପଡିଛି ।ଯାହାକି ବନବିଭାଗ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଛି । କୁମ୍ଭୀରକୁ ଦେଖି ବୈଦ୍ୟନାଥ,ଗବଯୋର,ପଥର୍ଲା ଓ ନଦୀ କୂଳିଆ ଲୋକେ ଭୟଭୀତ ହୋଇପଡିଛନ୍ତି ।କୁମ୍ଭୀରକୁ ଦେଖିବାକୁ ଶହଶହ ଲୋକଙ୍କ ଭିଡ଼ ଜମିଥିଲା ।ଯେମିତି ପ୍ରକାରେ ହେଉ କୁମ୍ଭୀରକୁ ଧରି ଅନ୍ୟତ୍ର ନେଇ ଛାଡ଼ିବା ପାଇଁ ଅଞ୍ଚଳବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।ଏସଂପର୍କରେ କଣ୍ଟାମାଳ ବନ ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକଙ୍କୁ ପଚାରିବାରୁ କୁମ୍ଭୀରର ଗତିବିଧି ଉପରେ ନଜର ରଖିବା ସହିତ ତାକୁ ସୁରକ୍ଷିତ ସ୍ଥାନରେ ନେଇ ଛାଡ଼ିବୁ ବୋଲି କହିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS