BREAKING
Loading...
:

ଡୁକୁରା ବଜାରରେ ପ୍ରଚଣ୍ଡ ଭୟଙ୍କର ବିସ୍ଫୋରଣ। ଜଣେ ଶ୍ରମିକ ସଙ୍ଗୀନ କଟକ ଏସ ସି ବି କୁ ସ୍ଥାନାନ୍ତର

 



ଡୁକୁରା ବଜାରରେ ପ୍ରଚଣ୍ଡ ଭୟଙ୍କର ବିସ୍ଫୋରଣ। ଜଣେ ଶ୍ରମିକ ସଙ୍ଗୀନ କଟକ ଏସ ସି ବି କୁ ସ୍ଥାନାନ୍ତର।

ଖୁଣ୍ଟା - ଦୁଃଖର ବିଷୟ ଏକ ବିରାଟ ଅଘଟଣ ଘଟିଛି ଖୁଣ୍ଟା ଥାନା ଅନ୍ତର୍ଗତ ଡୁକୁରା ରେ। ମା ମଙ୍ଗଳା ପୁଜା ଷ୍ଟୋର ପଛପଟେ ଥିବା ଦୋକାନର ଗୋଦାମ ଘରେ। ସକାଳ ପ୍ରାୟ ୦୮ ଟା ସମୟରେ ହେଲା ଏକ ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣର ଏତେ ଶକ୍ତିଶାଳୀ ପ୍ରଭାବ ଥିଲା ଯେ,୮ କିଲୋମିଟର ଦୂରତା ପର୍ଯ୍ୟନ୍ତ ଦହୋଲି ଉଠିଥିଲା ସମସ୍ତ ପରିବେଶ। ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ।ରଖା ଯାଇଥିବା ସାମଗ୍ରୀ ଶହେ ମିଟର ଦୂରକୁ ଛିଟିକି ପଡ଼ିଥିଲା। ସ୍ଥାନୀୟ ଦୋକାନ ଗୁଡ଼ିକର ସୀସା ଭାଙ୍ଗି ଥିବା ଦେଖିବାକୁ ମିଳିଛି।ଦୁର୍ଭାଗ୍ୟର ବିଷୟବଡସାହି ଥାନା ଅନ୍ତର୍ଗତ ଅସ୍ତ୍ଝରଣ ଗ୍ରାମର,ଗରିବ ଆଦିବାସୀ ଶ୍ରମିକ ପୁଅ ଦୁଇ ଜଣ ସକାଳୁ ଆସିଥିଲେ ଓଲଡିଂ କାମ କରିବାକୁ ସେଇ ଦୋକାନକୁ। ଓଲ୍ଡିଂ କାମ କରୁଥିବା ସମୟରେ ହେଲା ବିସ୍ଫୋରଣ।ବିସ୍ଫୋରଣ ରେ  ଶ୍ରୀ ବୈଦ୍ୟ କୁମାର ସିଂ ନାମକ ଶ୍ରମିକ ଜଣକ ଗୁରୁତର ଭାବରେ କ୍ଷତ ବିକ୍ଷତ ହୋଇ ଏସ ସି ବି କଟକକୁ ସ୍ଥାନାନ୍ତରିତ ହୋଇଛନ୍ତି। ଅନ୍ୟ ଜଣେ ଶ୍ରୀ ଅନିଲ କୁମାର ମହାନ୍ତର ଆଖି ରେ ଶକ୍ତ ଆଘାତ ଲାଗିଥିବା ଜଣାପଡିଛି। ଦୋକାନୀ ଶ୍ରୀ ବୋଲେଇ ବେହେରାଙ୍କ ସୂଚନା ମତେ ପୁରୁଣା ଓଜନ ମେସିନର ବ୍ୟାଟେରୀ ଟି ବିସ୍ଫୋରଣ ହୋଇଛି। ପୀଡ଼ିତା ପରିବାର ଲୋକ ସମସ୍ତେ ଆହତ ବୈଦ୍ୟ କୁମାରକୁ ଚିକିତ୍ସା ପାଇଁ କଟକରେ ଥିବାରୁ, କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି। 

କେତେ ଲୋକ କେତେ କଥା ଟୁପୁରୁ ଟାପୂର୍ ହେଉଥିବା ବେଳେ, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ସତ୍ୟ ସାମ୍ନାକୁ ଆସିବ ବୋଲି ବୁଦ୍ଧଜୀବୀମାନେ ମତ ପ୍ରକାଶ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS