BREAKING
Loading...
:

ପ୍ରଚଣ୍ଡ ତାତିରୁ ମିଳିବ ତ୍ରାହି: ଘରେ ପହଞ୍ଚିବ ଭତ୍ତା, ବୃଦ୍ଧ ଓ ଅସହାୟଙ୍କୁ ସରକାର ଦେବେ 'ଡୋର୍-ଷ୍ଟେପ୍' ସେବା

 ପ୍ରଚଣ୍ଡ ତାତିରୁ ମିଳିବ ତ୍ରାହି: ଘରେ ପହଞ୍ଚିବ ଭତ୍ତା, ବୃଦ୍ଧ ଓ ଅସହାୟଙ୍କୁ ସରକାର ଦେବେ 'ଡୋର୍-ଷ୍ଟେପ୍' ସେବା



ରାଜ୍ୟରେ ଏବେ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରତିଦିନ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ କେତେକ ସ୍ଥାନରେ ଏହା ୪୫ ଡିଗ୍ରୀ ମଧ୍ୟ ଅତିକ୍ରମ କଲାଣି। ଏହି ଭୟଙ୍କର ତାତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମଧୁ ବାବୁ ପେନ୍ସନ୍ ଯୋଜନା (MBPY) ଅଧୀନରେ ଭତ୍ତା ପାଉଥିବା ବୃଦ୍ଧ, ଅସହାୟ ଓ ଭିନ୍ନକ୍ଷମମାନଙ୍କୁ ଆଉ ଖରାରେ ବାହାରକୁ ଆସିବାକୁ ପଡ଼ିବ ନାହିଁ । ଏଣିକି ସେମାନଙ୍କୁ ସେମାନଙ୍କ ଘର ଦୁଆରମୁହଁରେ ଭତ୍ତା ଯୋଗାଇ ଦିଆଯିବ ।


ସଚିବଙ୍କ ଚିଠି ଓ ଜିଲ୍ଲାପାଳଙ୍କୁ ସତର୍କ ସୂଚନା:


ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଜରୁରୀକାଳୀନ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ପ୍ରତି ମାସ ୧୫ ତାରିଖରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ମାତ୍ର ବର୍ତ୍ତମାନର ଗ୍ରୀଷ୍ମ ଲହରୀ ବୃଦ୍ଧବୃଦ୍ଧା ଏବଂ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS