ଘଣ୍ଟାପଡା ତେଲନଦୀ ବ୍ରିଜ ଛକ ନିକଟରୁ ଜବତ 80 କେଜି ଗଞ୍ଜେଇକୁ କୋର୍ଟରେ ପ୍ରଦର୍ଶନ କଲା ପୁଲିସ
ବୌଦ୍ଧ -:ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡା ପୁଲିସ ପକ୍ଷରୁ ତେଲନଦୀ ବ୍ରିଜ ଛକ ନିକଟରୁ କାର ସହ ଜବତ ୮୦ କେଜି ଗଞ୍ଜେଇକୁ କୋର୍ଟରେ ପ୍ରଦର୍ଶନ କରାଯାଇଛି | ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱସ୍ତ ସୂତ୍ରରୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଘଣ୍ଟାପଡା ପୁଲିସର ଏକ ଟିମ୍ ତେଲନଦୀ ବ୍ରିଜ ଛକ ନିକଟରେ ଚଢାଉ କରିଥିଲା l କାର ନମ୍ବର OD 02 Z 0476 କୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୮୦ କେଜି ଗଞ୍ଜେଇ ମିଳିଥିଲା ଓ କାର ଚାଳକ ଘଟଣା ସ୍ଥଳରୁ ଫେରାର ମାରିଥିଲl l ଏ ସମ୍ପର୍କରେ ଘଣ୍ଟାପଡା ଥାନାରେ ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଆଇ ଆଇ ସି ସୂଚନା ଦେଇଛନ୍ତି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق