BREAKING
Loading...
:

ପୋଲସରାରେ ଭାଇକୁ ଅପହରଣ କରି ହତ୍ୟା କଲା ଭାଇ l

 ପୋଲସରାରେ ଭାଇକୁ ଅପହରଣ କରି ହତ୍ୟା କଲା ଭାଇ l 



ଗଞ୍ଜାମ ଜିଲ୍ଲା ପୋଲସରାରେ ଚାଞ୍ଚଲ୍ୟ ନିଜ ସମ୍ପର୍କିତ ବଡ଼ ବାପାର ପୁଅ ନିଜ ଦାଦାପୁଅ ଭାଇଙ୍କୁ ଅପହରଣ ପରେ ହତ୍ୟା କରିଥିବା  ଘଟଣା ପୋଲସରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଯୁବକ ଜଣକ ହେଲେ ପୋଲସରା ଥାନା ମାଳତେନ୍ତୁଳିଆ ଗ୍ରାମର ପ୍ରକାଶ ସାହୁଙ୍କ ପୁଅ ରାଜଦୀପ ସାହୁ (19)। ଟଙ୍କା ପାଇଁ ରାଜଦୀପକୁ ପ୍ରଥମେ ଅପହରଣ ପରେ ହତ୍ୟା କରାଯାଇଛି l ପୋଲସରା ପୋଲିସ  ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବା ସହ ସୋରଡ଼ା ଥାନା ଦାରିଙ୍ଗବାଡ଼ି ଘାଟିରୁ ରାଜଦୀପ ସାହୁଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଥିଲା  l ଏହି  ଅପହରଣ ଓ ହତ୍ୟା ଘଟଣାରେ ପୋଲସରା ପୋଲିସ ମୁଖ୍ୟ ଅଭିଯୁକ୍ତ ତଥା ବଡ଼ ବାପା ପୁଅ ଭାଇ ସୁବ୍ରତ ସାହୁ ଓରଫ କାଳିଆକୁ ( 22 ) ଗିରଫ କରି କୋର୍ଟ ଚାଲାଣ କରିଛି l ଏନେଇ ପୋଲସରା ଥାନାରେ PS CASE NO 214/26 ରେ ଏକ ମାମଲା ରୁଜୁ ହୋଇଛି । ଏନେଇ ପୋଲସରା ଥାନାଧିକାରୀ କୌଶିକ ମାଝୀ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି। ଅନ୍ୟ ପଟେ ରାଜଦୀପକୁ ଅପହରଣ କରି 40 ଲକ୍ଷ୍ୟ ଟଙ୍କା ମାଗିବା ଘଟଣା ବାବଦରେ ପରବର୍ତ୍ତୀ ସମୟରେ ବିସ୍ତୃତ ସୂଚନା ଦିଆଯିବ ସହ ଘଟଣାର ଅଧିକ ତଦନ୍ତ ଜାରୀ ରହିଛି  ବୋଲି ସୂଚନା ଦେଇଛନ୍ତି। ରାଜଦୀପ ପୋଲସରା କଲେଜର ଜଣେ ଭଲ ଛାତ୍ର ଥିଲେ ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର,ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS