BREAKING
Loading...
:

ଯଦି DNA ପରୀକ୍ଷାରୁ ପ୍ରମାଣିତ ହୁଏ ଯେ ଜଣେ ବ୍ୟକ୍ତି ସନ୍ତାନର ପିତା ନୁହନ୍ତି, ତେବେ ସେ ଉକ୍ତ ସନ୍ତାନକୁ ଭରଣପୋଷଣ ଦେବାକୁ ଆଇନଗତ ଭାବେ ବାଧ୍ୟ ନୁହନ୍ତି।

 ପିତୃତ୍ୱ ଏବଂ ସନ୍ତାନର ଭରଣପୋଷଣ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯଦି DNA ପରୀକ୍ଷାରୁ ପ୍ରମାଣିତ ହୁଏ ଯେ ଜଣେ ବ୍ୟକ୍ତି ସନ୍ତାନର ପିତା ନୁହନ୍ତି, ତେବେ ସେ ଉକ୍ତ ସନ୍ତାନକୁ ଭରଣପୋଷଣ ଦେବାକୁ ଆଇନଗତ ଭାବେ ବାଧ୍ୟ ନୁହନ୍ତି।



ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ନିଜର ଓ ନିଜ ସନ୍ତାନର ଭରଣପୋଷଣ ପାଇଁ ମାମଲା ରୁଜୁ କରିଥିଲେ। ଦୁହିଁଙ୍କର ମାର୍ଚ୍ଚ ୨୦୧୬ରେ ବିବାହ ହୋଇଥିବା ବେଳେ ଏପ୍ରିଲରେ ସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ ବିବାଦ ପରେ କୋର୍ଟଙ୍କ ନିର୍ଦ୍ଦେଶରେ ହୋଇଥିବା DNA ପରୀକ୍ଷାରୁ ଜଣାପଡ଼ିଲା ଯେ, ସ୍ୱାମୀ ଉକ୍ତ ସନ୍ତାନର ଜୈବିକ ପିତା ନୁହନ୍ତି।


ଭାରତୀୟ ସାକ୍ଷ୍ୟ ଅଧିନିୟମର ଧାରା ୧୧୨ ଅନୁଯାୟୀ, ବିବାହ ସମୟରେ ଜନ୍ମିତ ସନ୍ତାନକୁ ବୈଧ ବୋଲି ଧରାଯାଏ। କିନ୍ତୁ ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ଏନ.କେ ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଯେତେବେଳେ DNA ପରୀକ୍ଷା ଭଳି ବୈଜ୍ଞାନିକ ପ୍ରମାଣ ଉପଲବ୍ଧ ଅଛି, ତାହା ଆଇନଗତ ଅନୁମାନଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।


ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ପୂର୍ବ ନିଷ୍ପତ୍ତିକୁ କାଏମ ରଖି ମହିଳାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। DNA ରିପୋର୍ଟ ଚୂଡ଼ାନ୍ତ ହୋଇଥିବାରୁ ଏହାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।


ଭରଣପୋଷଣ ଆବେଦନ ଖାରଜ ହୋଇଥିଲେ ମଧ୍ୟ ସୁପ୍ରିମକୋର୍ଟ ଶିଶୁର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଶିଶୁଟିର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୋଷଣର ଯତ୍ନ ନେବା ପାଇଁ ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS