ଅନାଥାଶ୍ରମ ଶିଶୁଙ୍କ ସହ ନିଆରା ଢଙ୍ଗରେ ଜନ୍ମ ଦିନ ପାଳନ କଲେ ଉଭୟ ପିତା ଓ ପୂତ୍ରୀ #
ସମ୍ବଲପୁର,
ଆଧୁନିକ ଯୁଗରେ ପିତାମାତା ନିଜ ସନ୍ତାନମାନଙ୍କ ଜନ୍ମଦିନ ପାଳନ କେତେ ଢଙ୍ଗରେ, କେତେ ପ୍ରକାରେ କରୁଛନ୍ତି ତାର ଠିକଣା ନାହିଁଁ। ମହାଆଡମ୍ବରରେ କିଏ ପଞ୍ଚ ତାରକା ହୋଟେଲରେ ତ ଆଉ କିଏ ଦାମୀ ରେଷ୍ଟୁରାଣ୍ଟରେ, ଆଉ ପୁଣି କିଏ ଶତାଧିକ ଅତିଥିଙ୍କୁ ଘରକୁ ନିମନ୍ତ୍ରଣ କରି ତ ପୁଣି ଆଉ କିଏ ମନୋଲୋଭା ପାର୍କ୍ରେ ଆୟୋଜନ କରି ନିଜ ପିଲାମାନଙ୍କର ଜନ୍ମଦିନ ପାଳନ କରୁଛନ୍ତି। ହେଲେ ଏପ୍ରକାର ମାନସିକତାରୁ ଦୂରେଇ ଯାଇ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମାରେ ଅବସ୍ଥାନ କରୁଥିବା ବରିଷ୍ଠ ସାମ୍ବାଦିକ ତଥା ସମାଜ ସେବୀ ରବୀନ୍ଦ୍ର ପ୍ରସାଦ ଦାନୀଙ୍କ ଏକମାତ୍ର ପୁତ୍ର ପ୍ରୀତମ କୁମାର ଦାନୀ (ରକି) ଓ ନାତୁଣୀ ସାନଭି ଦାନୀ (ରୋନୀ)ଙ୍କ ଜନ୍ମଦିନ ନିରାଡମ୍ବର ଭାବେ ଏକ ଶିଶୁ ଅନାଥାଶ୍ରମରେ ପାଳନ କରାଯାଇ ଏକ ଅନନ୍ୟ ପରମ୍ପରା ସୃଷ୍ଟି କରାଯାଇଛି। ସୂଚନାମତେ ଉଭୟ ରକି ଓ ରୋନୀ ଏପ୍ରିଲ ୮ ତାରିଖରେ ଜନ୍ମ ହୋଇଥିବାରୁ ସେମାନଙ୍କ ଜନ୍ମଦିନ ସମ୍ବଲପୁର ନିକଟସ୍ଥ ଏକ ବାଳାଶ୍ରମରେ ଅତି ନିଆରା ଢଙ୍ଗରେ ପାଳନ କରାଯାଇଥିଲା। ଏହି ଅବସରରେ ଦାନୀଙ୍କ ପରିବାର ବର୍ଗ ଅନାଥାଶ୍ରମ ଅନ୍ତେବାସୀଙ୍କ ସହ ପ୍ରଥମେ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ। ଏଥିସହ ଅନ୍ତେବାସୀ ପିଲାମାନଙ୍କୁ କଲମ, ବହିପତ୍ର ଆଦି ପାଠ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ଦିନସାରା ଅନ୍ତେବାସୀଙ୍କ ସହ ବିତାଇଥିବାରୁ ସେମାନେ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ। ସମସ୍ତେ ଏକତ୍ର ମିଶି ଅନ୍ନ ପ୍ରସାଦ ସେବନ କରି ତୃପ୍ତ ହୋଇଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment