କଟକ ଆର୍.ଟି.ଓ କାର୍ଯ୍ୟଳୟ ରେ ସାଧାରଣ ଲୋକଙ୍କ ପାଇଁ ନାହିଁ ମୌଳିକ ସୁବିଧା।
କଟକ,
ଆଜିର ଡବଲ ଇଞ୍ଜିନ ନୂଆ ସରକାର ଯେତେବେଳେ ଲୋକଙ୍କ ସରକାର ବୋଲି କହି ଡିଣ୍ଡିମ ପିଟୁଛି ଠିକ୍ ସେତିକିବେଳେ ସରକାର ବିଭିନ୍ନ ଆଳ ଦେଖାଇ ଲୋକଙ୍କ ଠାରୁ ମୋଟା ଅଙ୍କ ର ଫାଇନ ଆଦାୟ କରୁଥିବା ରାଜ୍ୟ ପରିବହନ ବିଭାଗ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପାଇଁ ନାହିଁ ମୌଳିକ ସୁବିଧା।
ତେବେ ପ୍ରାପ୍ତ ସୂଚନା କ୍ରମେ କିଛି ପ୍ରତ୍ୟକ୍ଷ ଦର୍ଶୀ ଙ୍କ କହିବା ଅନୁସାରେ
ପ୍ରଥମ ସମସ୍ୟା ବସିବା ପାଇଁ ନାହିଁ ଆବଶ୍ୟକ ଚେୟାର ଓ ଅସହ୍ୟ ଗରମ ରୁ ତ୍ରାହି ପାଇବା ପାଇଁ ନାମକୁ ମାତ୍ର ପଙ୍ଖା ଝୁଲୁଥିବା ବେଳେ କିନ୍ତୁ ନାଇଁ ବିଦ୍ୟୁତ ସଂଯୋଗ।
ଦ୍ବିତୀୟ ସମସ୍ୟା ଅଛି ଜଳ ବିଶୋଧକ ଯନ୍ତ୍ର କିନ୍ତୁ ଆସୁନାହିଁ ପାନୀୟ ଜଳ। ଅସହ୍ୟ ଗ୍ରୀଷ୍ମ ରେ ପାନୀୟ ଜଳ ବୁନ୍ଦେ ପାଇ ପାରୁନାହାନ୍ତି ସାଧାରଣ ଜନତା ।
ତୃତୀୟ ସମସ୍ୟା ଅଛି ଶୌଚାଳୟ କିନ୍ତୁ ବାହାରୁ ପଡ଼ିଛି ତାଲା ନାହିଁ ରକ୍ଷଣା ବେକ୍ଷଣ।
ଏତଦ୍ ବ୍ୟତୀତ ଆହୁରି ଅନେକ ଅବ୍ୟବସ୍ଥା ରହିଥିବା ବେଳେ ସାଧାରଣ ଲୋକଙ୍କର ଆଶା ଥିଲା କି ଜଣେ ଯୁବ ଅଧିକାରୀ RTO ହିସାବରେ ରହିଲେ କିଛି ଉନ୍ନତି ହୋଇ ପାରିବ କିନ୍ତୁ ଆଜି ଯେଉଁ ଯୁବ ଅଫିସର ଅଛନ୍ତି ସେ କେବଳ ଦେଖା ସୁନ୍ଦରୀ ଵଭଳି ଗାଇ ବୋଲି ସାଧାରଣରେ ରେ ଚର୍ଚ୍ଚା ର ବିଷୟ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment