ଗଞ୍ଜେଇ ସହ ବାଇକ ଜବତ ଜଣେ ଗିରଫ l
ବୌଦ୍ଧ -: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ପକ୍ଷରୁ ଚଢଉ କରି ଗଞ୍ଜେଇ ସହ ଏକ ବାଇକ ଜବତ କରିଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଘଣ୍ଟାପଡା ପୁଲିସ । ସୂଚନାପ୍ରକାରେ କୌଣସି ସୂତ୍ରରୁ ଖବର ପାଇ ଘଣ୍ଟାପଡ଼ା ପୁଲିସ ଘଣ୍ଟାପଡ଼ା ବ୍ରିଜ ନିକଟରେ ଛକି ରହିଥିଲା l ବାଇକ ଟି ଦୃତ ଗତିରେ ଆସୁଥିବାରୁ ତାକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗଞ୍ଜେଇ ବାହାରିବାରୁ ଜଣଙ୍କୁ କାବୁ କରିଥିଲେ।ମାଜିଷ୍ଟ୍ରେଟଙ୍କ ସାମନାରେ ଓଜନ କରିବାରୁ ୭କେଜି ଗଞ୍ଜେଇ ହୋଇଥିଲା ଓ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଅଭିଯୁକ୍ତ ଜଣକ ହେଲେ ସୁବର୍ଣପୁର ଜିଲ୍ଲା ତରଭା ର କାର୍ତ୍ତିକ ସାହୁ l ଏନେଇ ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନାଧିକାରୀ ସୌମ୍ୟରଞ୍ଜନ ପାତ୍ରଙ୍କ ଠାରୁ ପ୍ରକାଶ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment