BREAKING
Loading...
:

ପାନୀୟ ଜଳ ଯୋଗାଣ ଦାବି କରି ଦୀର୍ଘ ସମୟ ଧରି ରାଜରାସ୍ତା ଅବରୋଧ, ଜାନ,ବାହାନ ଚଳା ଚଳ ଠପ୍ ।

 ପାନୀୟ ଜଳ ଯୋଗାଣ ଦାବି କରି ଦୀର୍ଘ ସମୟ ଧରି  ରାଜରାସ୍ତା ଅବରୋଧ, ଜାନ,ବାହାନ ଚଳା ଚଳ ଠପ୍ ।


 



ବଲାଙ୍ଗୀର/ଟିଟିଲାଗଡ,

*ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ଜଗୁଆ ଗ୍ରାମ ପଞ୍ଚାୟତବାସୀ ପାନୀୟ ଜଳ ଯୋଗାଣ ଦାବି କରି ଟିଟିଲାଗଡ ରୁ ସିନ୍ଧେକେଲା ମୁଖ୍ୟ ସଡ଼କ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ପଞ୍ଚାୟତବାସି ପିଇବା ପାଣି ପାଇଁ ଅକଥନୀୟ ଦୁର୍ଦ୍ଦଶା ଦୀର୍ଘ ବର୍ଷ ଧରି ଭୋଗି ଆସୁଥିବା ବେଳେ ଏ ଦିଗରେ ବିଭାଗୀୟ ଅଧିକାରୀଙ୍କ ଖାମ ଖିଆଲ ମନୋଭାବ ଯୋଗୁଁ ସମସ୍ୟା ର ସମାଧାନ ହୋଇ ପାରୁନି ।

ଏବେ ଗ୍ରୀଷ୍ମ ଋତୁ ରେ ସମସ୍ୟା ଦୁର୍ବିସହ ହୋଇ ପଡ଼ିଛି । ୪୫ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ସୃଷ୍ଟି କରିଥିବା ବେଳେ ଜଳ ଯୋଗାଣ ଯାହା କି ଲୋକ ଙ୍କ ମୌଳିକ ଅଧିକାର ସେଥିରୁ ବଞ୍ଚିତ ରଖା ଯାଇଛି ।

 ଉତ୍କଟ ଖରା ରେ ଗରା,ବାଲ୍ଟି ନେଇ ସହ,ସହ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। 

ଜାନ, ବାହାନ  ଚଳା, ଚଳ ସମ୍ପୂର୍ଣ ଠପ୍ ହୋଇଯାଇଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଯଥାଶୀଘ୍ର ସମସ୍ୟା ର ସମାଧାନ କରିବେ ବୋଲି ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେଇଥିଲେ । ପୁର୍ବରୁ ଏଭଳି ଅନେକ ପ୍ରତିଶ୍ରୁତି ଦେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ,ଏଣୁ ଏଥର ତିବ୍ର ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS