BREAKING
Loading...
:

ଗଞ୍ଜେଇ ସହ ଗାଡି ଜବତ, ଚାଳକ ଫେରାର୍

 ଗଞ୍ଜେଇ ସହ ଗାଡି ଜବତ, ଚାଳକ ଫେରାର୍



ବୌଦ୍ଧ , ଘଣ୍ଟାପଡା ପୁଲିସ ଦ୍ୱାରା ଗଞ୍ଜେଇ ସମେତ ଏକ କାର ଜବତ କରାଯାଇଥିବା ବେଳେ ଘଟଣାସ୍ଥଳରୁ ଗାଡି ଚାଲକ ଫେରାର୍ ହୋଇଯାଇଛି । ସୂଚନାମତେ କୌଣସି ସୂତ୍ରରୁ ଖବର ପାଇ ଘଣ୍ଟାପଡା ପୁଲିସ ଦଳ ଖୁଣ୍ଟିଗୋରା ଅଞ୍ଚଳରେ ପେଟ୍ରୋଲିଂ କରୁଥିଲା l କଲରାକୋଠା ଦିଗରୁ ଏକ କାର ଦ୍ରୁତଗତିରେ ଆସୁଥିବା ବେଳେ ପୁଲିସ ଦଳ ଗାଡିର ପିଛା କରିଥିଲେ l ପୁଲିସକୁ ଦେଖି ଗାଡି ଚାଲକ ଦ୍ରୁତ ଗତିରେ ଗାଡି ଚାଳନା କରି ଫେରାର ହେବାକୁ ଚେଷ୍ଟା କରିଥିଲା lପଛରେ ପୁଲିସ ପିଛା କରୁଥିବା ଜାଣି ଶୁଖାମୁଣ୍ଡା ଗାଁ ନିକଟରେ ଗାଡି ରଖିଦେଇ ଚାଲକ ଫେରାର ହୋଇଥିଲା । ପୁଲିସ ଗାଡି ଯାଞ୍ଚ କରିବାରୁ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା l ଗଞ୍ଜେଇ ଭର୍ତ୍ତି ଗାଡିକୁ ପୁଲିସ ଜବତ କରି ଏକ ଜେସିବି ମେସିନ ସାହାଯ୍ୟରେ ଥାନାକୁ ଆଣିଥିଲା । ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଗଞ୍ଜେଇ ଓଜନ କରିବାରୁ ଗଂଜେଇର ଓଜନ ଏକ କୁଇଣ୍ଟାଲ ହୋଇଥିବା ଥାନା ଅଧିକାରୀ ସୌମ୍ୟ ରଞ୍ଜନ ପାତ୍ର ସୂଚନା ଦେଇଛନ୍ତି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS