ବାଙ୍କୀ କଲେଜ ରାଜନୀତି ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ସେମିନାର
ବାଙ୍କୀ,୨୮ା୩ (ମାନସ ରଞ୍ଜନ ସାହୁ ): ଆଜି ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆନୁକୁଲ୍ୟ ଓ ଆଇକ୍ୟୁଏସି ସହାୟତାରେ ରାଜ୍ୟସ୍ତରୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି । “ଭାରତୀୟ ସିନେମା ଜଗତର ମୁଖ୍ୟସ୍ରୋତରେ ଲିଙ୍ଗଗତ ପ୍ରତିନିଧିତ୍ୱ” ଶୀର୍ଷକ ଆଲୋଚନାଚକ୍ରକୁ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା ଉଦ୍ଘାଟନ କରିବା ସହ ଲିଙ୍ଗଗତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବିଭାଗୀୟ ମୁଖ୍ୟ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ସଂପର୍କରେ ସୁଚନା ପ୍ରଦାନ କରିଥିଲେ । ଅଧ୍ୟାପିକା ଲିନା ରାଣୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ନରେଶ କୁମାର ବେହେରା ସେମିନାର ବିଷୟରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବେ କଟକ ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟା ଡକ୍ଟର ମୌସମୀ ପଟ୍ଟନାୟକ ଯୋଗଦାନ କରି ଲିଙ୍ଗଗତ ପ୍ରତିନିଧିତ୍ୱ ବିଶେଷ କରି ଭାରତୀୟ ସିନେମା ଜଗତରେ କିପରି ରହିଛି ଏବଂ ଏଥି ସହିତ ରାଜନୀତି କ୍ଷେତ୍ରରେ ଆଗାମୀ ଦିନରେ ପୁରୁଷ ମାନଙ୍କ ସହିତ ନାରୀମାନଙ୍କ ପ୍ରତିନିଧିତ୍ୱ କିପରି ରହିବ ସେ ସଂପର୍କରେ ବହୁ ଉଦାହରଣ କମ୍ପ୍ୟୁଟର ମାଧ୍ୟମରେ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ନାରୀ କେବେ ଅବଳା ଓ ଦୁର୍ବଳା ନୁହେଁ ବୋଲି କହିବା ସହିତ ସେମାନେ କିପରି ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିନିଧିତ୍ୱ ଜାହିର କରୁଛନ୍ତି ସେ ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଡକ୍ଟର ମେଜର ସନ୍ଧ୍ୟାରାଣୀ ମହାନ୍ତି, ଡକ୍ଟର ଲୀନାରାଣୀ ପ୍ରଧାନ, ଅଧ୍ୟାପିକା ବର୍ଷା ରାଣୀ ଦିକ୍ଷୀତ, ଅଧ୍ୟାପକ ରୁଦ୍ରନାରାୟଣ ସାହୁ, ଅଧ୍ୟାପିକା ପୂଜା ପ୍ରଧାନ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏହି ବିଷୟ ସମୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଅଧ୍ୟାପକ ଅଦୈତ୍ୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ମଣିଭଦ୍ରା ଖବର, ବାଙ୍କୀ


Post a Comment