ଅସହାୟ ମହିଳା ଙ୍କ ଦୋକାନ ପୋଡି ଦେଲେ ଦୁର୍ବୃତ୍ତ,ଏତଲା ଲେଖି ଦେବା ପାଇଁ ଟଙ୍କା ନାହିଁ।
ବଲାଙ୍ଗୀର/ଟିଟିଲାଗଡ, : ଟିଟିଲାଗଡ ନିକଟସ୍ତ ବନ୍ଧୂପଲା ଗ୍ରାମ ଛକ ନିକଟରେ ସନ୍ଧ୍ୟା ପୁଟେଲ ନାମ୍ନୀ ଜଣେ ମହିଳା ଏକ ଛୋଟ ଜଳଖିଆ ଦୋକାନ କରି ଚଳୁଥିବା ବେଳେ ମଙ୍ଗଳବାର କିଛି ଦୁର୍ବୃତ୍ତ ରାତି ପ୍ରାୟ ୧ ଘଣ୍ଟା ସମୟ ରେ ଉକ୍ତ ଦୋକାନ ପୋଡି ପାଉଁଶ କରିଦେଇଥିବା ଅଭିଯୋଗ ହୋଇଛି ।
ପ୍ରକାଶ ଯେ,ଏହି ମହିଳା ଙ୍କ ସ୍ବାମୀ କେଉଁ ଆଡେ ଚାଲିଯାଇଥିବା ଓ ତାଙ୍କ ଖୋଜ, ଖବର ମିଳିପାରି ନ ଥିବା ବେଳେ ଏହି ରାସ୍ତା କଡ ଫୁଟ ଫାତ ଦୋକାନ ସାମଗ୍ରୀ ଓ ଥିବା କିଛି ଟଙ୍କା ନଷ୍ଟ ହୋଇ ଯାଇଛି ।
ଏବେ ସେ ସର୍ବସ୍ବାନ୍ତ ହୋଇ ଯାଇ ଟିଟିଲାଗଡ ଥାନା କୁ ଯାଇ ଅଭିଯୋଗ କରିଥିବା ବେଳେ ପୋଲିସ ଦାୟିତ୍ୱ ରେ ଥିବା ଅଧିକାରୀ ଏକ ଏତଲା ଲେଖି ଦେବା କୁ କହିଥିଲେ । ପରିତାପ
ର ବିଷୟ ଯେ,ସେ ଲେଖି, ପଢ଼ି ଜାଣି ନ ଥିବା ବେଳେ ତାଙ୍କୁ ବାହାରୁ ଲେଖି ଆଣି ଦେବାକୁ କୁହାଯାଇଛି । କୌଣସି ଲେଖା ପୋଲିସ ଏଭଳି ସ୍ଥିତି ରେ ନିଜ ତରଫ ରୁ ଲେଖା ଓ ମାମଲା ଦାୟର କରିବା ନିୟମ ରହିଛି । ଏହି ଥାନା ରେ ଏହାର ଖିଲାପ କରି କୋର୍ଟ ଓ ଅନ୍ୟ କମ୍ପ୍ୟୁଟର ଦୋକାନ ଯିବାକୁ କହିବା ଓ ଥାନା ର ଏତଲା ଆଦି ଲେଖା ପାଇଁ କିଛି ଦଲାଲ ସହ,ସହ ଟଙ୍କା ଆଦାୟ କରି ଆସିଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ସେହିପରି ବିଭିନ୍ନ କେଶ ଗୁଡ଼ିକରେ ଆପୋଷ, ବୁଝାବଣା ସହ ବ୍ୟାପକ ବେଆଇନ ଟଙ୍କା ଲାଞ୍ଚ କାରବାର ଚାଲିଥିବା ବେଳେ ଏ ନେଇ ତୁରନ୍ତ ନୂତନ ଥାନା ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق