BREAKING
Loading...
:

ଗଞ୍ଜାମ ଜିଲ୍ଲା କନିଷ୍ଠ ବର୍ଗ ବାସ୍କେଟ ବଲ ଲିଗ ୨୦୨୬ ଉଦଯାପନ ହୋଇଅଛି।

 ଗଞ୍ଜାମ ଜିଲ୍ଲା କନିଷ୍ଠ ବର୍ଗ ବାସ୍କେଟ ବଲ ଲିଗ ୨୦୨୬ ଉଦଯାପନ ହୋଇଅଛି।




 ଗଞ୍ଜାମ ଜିଲ୍ଲା କନିଷ୍ଠ ବର୍ଗ ବାସ୍କେଟ ବଲ ଲିଗ ର ଉଦଯାପନୀ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହି ଲିଗ ଟୁର୍ନାମେଣ୍ଟ ରେ ମୋଟ ୧୧ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ। ବାଳକ ବର୍ଗ ରେ ବ୍ରହ୍ମପୁର ମାମବାସ ବ୍ରହ୍ମପୁର ଫ୍ଲାଷ ବୟସ୍ ଙ୍କୁ ୫୮-୪୮ ପାଈଂଟ ରେ କରି ଫାଇନାଲ ରେ ବିଜୟୀ ହାସଲ କରିଥିଲେ ଏବଂ ସେହିପରି ବାଳିକା ବର୍ଗ ରେ ବ୍ରହ୍ମପୁର ଆଉରା ବ୍ରହ୍ମପୁର ସ୍ଲାମ-ଷ୍ଟେର ଙ୍କୁ ୩୩-୩୦ ପାଈଂଟ କରି ଫାଇନାଲ ରେ ବିଜୟୀ ହାସଲ କରିଥିଲେ। କନିଷ୍ଠ ବାଳକ ବର୍ଗ ରେ ଡ୍ରିବଲ ଡେମୋନ ବ୍ରହ୍ମପୁର ଲକେର ଙ୍କୁ ୩୭-୨୪ ରେ ପରାସ୍ତ କରି ଫାଇନାଲ ରେ ବିଜୟୀ ହାସଲ କରି ଥିଲେ। ଏହି ଟୁର୍ନାମେଣ୍ଟ ର ଉଦଯାପନ ଉତ୍ସବ ରେ ଶ୍ରୀ କେଦାର ଚୌଧୁରୀ, ବିଜୟ ପଟନାୟକ, ପ୍ରମୋଦ ମହାରଣା,ଜି. ଏମ. ବାବୁ, କବିରାଜ ଗୌଡ଼, ଡ଼ି. ଆପା ରାଓ, ଡମ୍ବରୁ ଧର ଗନ୍ତାୟତ, ଜନାର୍ଦ୍ଦନ ପାତ୍ର ବିଶ୍ୱନାଥ ପାତ୍ର, ଜି. ଭି. ଜି ରବି ନାରାୟଣ ଓ ରାଜ ନାରାୟଣ ପାତ୍ର ଏବଂ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସମସ୍ତ ପଦ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହି ଟୁର୍ନାମେଣ୍ଟ ର ମ୍ୟାଚ ରେଫ୍ରି ଭାବେ ଯୋଗ ଦେଇଛନ୍ତି  ଜି କେ. ପ୍ରସାଦ, ଭି. ନାଗେଶ୍ୱର, କାଳୀ ପ୍ରସାଦ, ଅଭିଷେକ ପଶୁପାଳକ, ଜ୍ଞାନେନ୍ଦୁ ସାମନ୍ତ, ଦୀପକ ପାତ୍ର, ବର୍ଷା ମହାନ୍ତି, ସ୍ପନ୍ଦନଦନା ମହାନ୍ତି, ସ୍ଵାଗତିକା ସାହୁ, କରିସ୍ମା ବେହେରା, ପିଙ୍କି ମାଲିକ, ଶିବାନୀ ସାହୁ, ଦୀପ୍ତି ରାଣୀ ସାହୁ, ସ୍ୱାଗତ ସାହୁ, ମୃତୁଞ୍ଜୟ ସାହୁ, ପ୍ରତ୍ୟୁଷ ଲାକ୍ରା, ମୋହିତ ମହାନ୍ତି ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସାଧାରଣ ସମ୍ପାଦକ ଜେ. କାମେଶ୍ୱର ରାଓ ସୂଚନା ଦେଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS