BREAKING
Loading...
:

ବିଭିନ୍ନ ଦାବି ନେଇ ବେଲଗୁଣ୍ଠା ବ୍ଳକ୍ ବରିଷ୍ଠ କଳାକାର ସଂଘ ତରଫରୁ ସ୍ମାରକ ପତ୍ର

 ବିଭିନ୍ନ ଦାବି ନେଇ ବେଲଗୁଣ୍ଠା ବ୍ଳକ୍ ବରିଷ୍ଠ କଳାକାର ସଂଘ ତରଫରୁ ସ୍ମାରକ ପତ୍ର



ବେଲଗୁଣ୍ଠା, -, ବିଭିନ୍ନ ଦାବି ନେଇ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ବେଲଗୁଣ୍ଠା ଶାଖା ତରଫରୁ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଓଡ଼ିଶାର ମାନ୍ୟବର ସଂସ୍କୃତି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି I ବିଶେଷକରି ଏହି ଦାବିପତ୍ରରେ ରାମ ନାଟକ ଭଳି ଲୋକ କଳାର ଚିହ୍ନଟ ଏବଂ ପ୍ରଚଳନ ନିମନ୍ତେ ପୁନଃ ପ୍ରୟାସ, କଳା ଅନୁଷ୍ଠାନ ଗୁଡ଼ିକୁ ସଂସ୍କୃତି ବିଭାଗ ଦ୍ୱାରା ଯଥାର୍ଥ ତାଲିକା ଭୁକ୍ତ କରାଇ ଅବକାଶ ସହାୟତା ଯୋଗାଇବା, ପ୍ରତିଟି ବ୍ଳକ୍ ରେ ପ୍ରେକ୍ଷାଳୟ ସ୍ଥାପନ କରି ସ୍ଥାନୀୟ କଳାକାର କମିଟିକୁ ହସ୍ତାନ୍ତର,କଳାକାର ଭତ୍ତାକୁ ୫୦୦୦ ଟଙ୍କାକୁ ବୃ୍ଦ୍ଧି କରିବା ସହିତ ତାହାକୁ ଫ୍ୟାମିଲି ପେନସନ୍ ମାନ୍ୟତା ପ୍ରଦାନ,ପ୍ରାନ୍ତୀୟ ଭେଦରେ ନାଟକ- ସଙ୍ଗୀତ ମହାବିଦ୍ୟାଳୟ ସ୍ଥାପନ, ବ୍ଳକ୍ କଳାକାର ସଂଘର ନୂତନ କମିଟି ଚୟନ, କେନ୍ଦ୍ର ସରକାରଙ୍କଦ୍ୱାରା ପ୍ରଦତ୍ତ କଳାକାର ଭତ୍ତା ରାଶି ଅଭିବୃଦ୍ଧି ସହିତ ହିତାଧିକାରୀ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସୁପାରିଶ କରାଯିବା ,ସହରାଞ୍ଚଳରେ ନାଟ୍ଯାଭ୍ୟାସ ଗୃହର ବ୍ୟବସ୍ଥା କରିବା, କଳାକାର ଭତ୍ତା ପାଇବାକୁ ଯୋଗ୍ୟ ହିତାଧିକାରୀଙ୍କ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ କଳାକାର ଭତ୍ତା ପାଉଥିବା କଳାକାରଙ୍କୁ ପରିଚୟ ପତ୍ର ପ୍ରଦାନ ସମ୍ପର୍କରେ ଦାବି ସମୂହ ଉଲ୍ଲେଖ ରହିଛି I ସଂଘ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ସମେତ ଶତାଧିକ କଳାକାର ବେଲଗୁଣ୍ଠା ବ୍ଳକ୍ ଛକ ଠାରୁ ପଂଚାୟତ ସମିତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଏହାର ନକଲ ଓଡ଼ିଶାର ମାନ୍ୟବର ରାଜ୍ୟପାଳ, ସଂସ୍କୃତି ବିଭାଗ ସଚିବ ଏବଂ ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ମଧ୍ୟ ପ୍ରେରଣ କରିଥିଲେ I ଏହା ସହିତ ନାଟଙ୍ଗା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ

 ସେମାନଙ୍କର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS