BREAKING
Loading...
:

ଓର୍କେଲ ପୋଲିସର ତ୍ୱରିତ ପଦକ୍ଷପ ଯୋଗୁ ଧରା ପଡିଲେ ଅଭିଯୁକ୍ତ*

 *ଓର୍କେଲ ପୋଲିସର ତ୍ୱରିତ ପଦକ୍ଷପ ଯୋଗୁ ଧରା ପଡିଲେ ଅଭିଯୁକ୍ତ* 



ମୋବାଇଲ ଚୋରି ସହ ସାଇବର ଠକେଇରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ଗିରଫ ଜଣେ ଫେରାର 


ଜବତ ହେଲା ନଗଦ  ୬୫ ହଜାର ଟଙ୍କା ସମେତ ୩ଟି ମୋବାଇଲ 


ବାଲିମେଳା ,

ମାଲକାନଗିରି ଜିଲ୍କା ଓର୍କେଲ ପୋଲିସକୁ ମିଳିଛି ଆଉ ଏକ ବଡ ସଫଳତା।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମାଲକାନଗିରି ଜିଲ୍କା କୋରୁକୋଣ୍ଡା ବ୍ଲକ ଚିତାପାରି-୩ ପଞ୍ଚାୟତ ଅଧୀନ ସଦାଶିବପୁର ଗାଁରେ ରହୁଥିବା  ଭୀମ କିର୍ସାନୀଙ୍କ ଘରୁ ଗତ  ରାତିରେ ତାଙ୍କର ଏକ ମୋବାଇଲ ଫୋନ ଚୋରି ହୋଇଯାଇଥିଲା। ଗତ ୨୩ ତାରିଖରେ ସେ କୌଣସି କାମରେ ବ୍ୟାଙ୍କକୁ ଯାଇଥିଲେ।ଉକ୍ତ ବ୍ୟାଙ୍କରୁ ତାଙ୍କ ଆକାଉଣ୍ଟରୁମୋଟ ୭୫ ହଜାର ଟଙ୍କା ଉଠାଯାଇଥିବା ସେ 

ଜାଣିବାକୁ ପାଇଥିଲେ। ଏହା ପରେ ସେ ଓର୍କେଲ ଥାନାରେ ଦ୍ୱାରସ୍ତ ହୋଇ 

ଏ ସମ୍ପର୍କରେ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ। ପୋଲିସ ପକ୍ଷରୁ ଉକ୍ତ ଏତଲାକୁ ଭିତ୍ତି କରି ଥାନାରେ କେସ ନମ୍ବର -୮୧/୨୦୨୬ ରେ ଏକ ମାମଲା ରୁଜୁ କରିବା ସହିତ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶକ୍ରମେ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଏଏସ ଆଇ ସୁରେଶ ବିସି ମାଝୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା। ପୋଲିସର ଏହି ସ୍ୱତନ୍ତ୍ର ଟିମ ମୋବାଇଲ ଟ୍ରାକ କରି ଘଟଣାରେ ସମ୍ପୃକ୍ତ ଥିବା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧିନସ୍ତ ଚାଟିଗୁଡା ଗ୍ରାମର ଦିଲୀପ ହରିଜନ-(୨୫) ଏବଂ କାଇଗାଁର ଇନ୍ଦ୍ର ପାନକା -(୧୯) ନାମକ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସର ଏହି ସ୍ୱତନ୍ତ୍ର ଟିମ ନବରଙ୍ଗପୁର ଅଞ୍ଚଳରୁ ଗିରଫ କରି ଥାନାକୁ ଆଣିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ମୂଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣା ପଡିଛି। ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତଙ୍କ ଠାରୁ ନଗଦ ୬୫ ହଜାର ଟଙ୍କା ସମେତ ୩ ଟି ମୋବାଇଲ ଫୋନକୁ ଜବତ କରିଛି ପୋଲିସ।

ଓର୍କେଲ ପୋଲିସର ତ୍ୱରିତ ପଦକ୍ଷପ ଯୋଗୁ ମୋବାଇଲ ଚୋରି ଓ ସାଇବର ଠକେଇରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇପାରିଛି। ମିଳିଥିବା ସୂଚନା ମୁତାବକ ଭୀମ କିର୍ସାନୀଙ୍କ ଘରୁ ଦୁର୍ବୁତ୍ତ ମାନେ ମୋବାଇଲ ଫୋନ ଚୋରି କରିବା ପରେ ଉକ୍ତ ଫୋନରେ ଥିବା ତାଙ୍କର ଆଧାର କାର୍ଡ, ଫଟୋ ଏବଂ ଫଟୋ ପରିଚୟ ପତ୍ର ଆଧାରରେ ଅଭିଯୁକ୍ତ ମାନେ ଏକ ନୂତନ ଫୋନ ପେ ଖୋଲି ଭୀମଙ୍କ ଆକାଉଣ୍ଟରେ ଥିବା ମୋଟ ୭୫ ହଜାର ଟଙ୍କାକୁ ସେମାନଙ୍କର ଆକାଉଣ୍ଟକୁ ଫୋନ ପେ ମାଧ୍ୟମରେ ଟ୍ରାନ୍ସଫର କରି ଟଙ୍କା ଉଠାଇଥିଲେ ବୋଲି ବୋଲି ଥାନାରେ ପଚରା ଉଚୁରା ସମୟରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ପୋଲିସ ସମ୍ମୁଖରେ ସ୍ୱୀକାର କରିଥିବା ଜଣା ପଡିଛି। ତେବେ ଏହି ଘଟଣାରେ ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ମାନଙ୍କୁ  ପୋଲିସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି!

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS