କଂକ୍ରିଟ ହେଲା ରାମଭଜ ଗଲି ରାସ୍ତା
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ଗ୍ରାମ ରାମଭଜ ଗଲି ରାସ୍ତା ରେ କୁତ୍ରିମ ପୋଖରୀ ସ୍ରଷ୍ଟିକରି ମଇଲା ପାଣି ଜମିଥିଲା । ସ୍ଥାନୀୟ ଲୋକେ ଏକ ମଟର ପାଇପ ସହାୟତାରେ ମଇଲା ପାଣି ନିଷ୍କାସନ କରିଥିଲେ। ସେନେଇ ଗତ ଫେବୃଆରୀ ରେ ବିଭିନ୍ନ ଦୈନିକ ଖବରକାଗଜ ରେ ଖବର ପ୍ରଚାର ପ୍ରସାର ହୋଇଥିଲା । ସେଠୁ ସ୍ଥାନୀୟ ପଞ୍ଚାୟତ ତଥା ବ୍ଲକ ପ୍ରଶାସନ ତତ୍ପରତା ଦେଖାଇ ରାମଭଜ ଗଲି ଗଲି ରାସ୍ତାକୁ କଂକ୍ରିଟ କରଣ କରିଛି। ପ୍ରକାଶ ଯେ ଏହି ରାସ୍ତାରେ ଡ୍ରେନ ମଇଲା ପାଣି ଜମା ହୋଇ ରହୁଥିଲା। ଏହାର ର ସୁଧାର ହେଉନଥିଲା । ପ୍ରତେକ ଦିନ ସ୍ଥାନୀୟ ଲୋକ ସମେତ ଯାତାୟାତ ଲୋକଙ୍କୁ ଅନେକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ହେଲେ ଗତ କିଛିଦିନ ତଲେ କୁତ୍ରିମ ପୋଖରୀ ସୃଷ୍ଟି କରିଥିବା ବେଳେ ଲୋକେ ମଟର ଲଗାଇ ପାଣି ନିଷ୍କାସନ କରିଥିଲେ। ବର୍ତ୍ତମାନ ସ୍ଥାନୀୟ ପ୍ରଶାସନ ସନ ଦୁଷ୍ଟିଦେଇ ଉକ୍ତ ରାସ୍ତା କୁ କଂକ୍ରିଟ କରଣ କରିଥିବା ବେଳେ ଲୋକେ ପ୍ରଶାସନକୁ ପ୍ରଶଂସା କରିଛନ୍ତି । କିନ୍ତୁ ଏହି ରାସ୍ତା କଂକ୍ରିଟ କରଣ ସ୍ଥାନୀୟ ପଞ୍ଚାୟତ ପକ୍ଷରୁ ହୋଇଥିବା ବେଳେ ଳ ସୁଚନା ଫଲକ ନଥିବାରୁ ବିଭାଗୀୟ ଜେଇ ଙ୍କ କାର୍ଯ୍ୟ କଳାପ ନେଇ ଅନେକ ପ୍ରଶ୍ନବାଚୀ ଗ୍ରୁଷ୍ଟି କରୁଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق