ସରକାରୀ ବସ୍ ସେବା ଅପେକ୍ଷାରେ ଚଟିଆଗୁଡା ଅଞ୍ଚଳବାସୀ
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ରାଜ୍ୟ ସରକାର ଜନସାଧାରଣଙ୍କ ସୁଗମ ଗମନାଗମନ ପାଇଁ ସରକାରୀ ବସ୍ ସେବା ଆଗେଇ ନେଉଛନ୍ତି । ବିଗତ ଦିନରେ ଜନସାଧାରଣ ତଥା ଛାତ୍ରଛାତ୍ରୀଙ୍କ ଅନୁରୋଧ କ୍ରମେ ସମସ୍ତଙ୍କ ସୁବିଧା ପାଇଁ ସରକାରୀ ବସ୍ର ରାସ୍ତା ପରିବର୍ତ୍ତନ କରିଛନ୍ତି ପ୍ରଶାସନ, ଏହା ସ୍ଵାଗତ ଯୋଗ୍ୟ ପଦକ୍ଷେପ ଅଟେ, ହେଲେ ଏବେ ପର୍ଯ୍ୟନ୍ତ ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା ଗ୍ରାମ ପଞ୍ଚାୟତର ଜନସାଧାରଣ ସରକାରୀ ବସ୍ ସୁବିଧାରୁବଞ୍ଚିତ ରହିଛନ୍ତି।ସେମାନେ ପାଞ୍ଚ କିଲୋମିଟର ସିନାପାଲିକୁ ଆସିଲେ ହିଁ ସରକାରୀ ବସ୍ ସୁବିଧା ପାଉଛନ୍ତି, ଫଳରେ ଯାତ୍ରୀ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂଆପଡାରୁ ମୁଖଗୁଡ଼ା,ସିନାପାଲି,ନଙ୍ଗଳବୋଡକୁ ତିନୋଟି ବସ୍ ସୁବିଧା ରହିଛି ଏହା ସହିତ ବିଭିନ୍ନ ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କୁ ଏକାଧିକ ସରକାରୀ ବସ୍ ତାର ସେବା ପ୍ରଦାନ କରୁଛି । କିନ୍ତୁ ଚଟିଆଗୁଡା ଗ୍ରାମ ପଞ୍ଚାୟତକୁ ସମସ୍ତେ ଭୁଲି ଯାଇଛନ୍ତି। ଏଥିପାଇଁ ଜନସାଧାରଣଙ୍କ ଅସନ୍ତୋଷ ବଢିବାରେ ଲାଗିଛି ।
ଲୋକେ ସରକାର ତଥା ପରିବହନ ବିଭାଗୀୟ ପ୍ରଶାସନିକ ଅର୍ଧ କାରୀଙ୍କ ନିକଟରେ ଦାବି ରଖୁଛନ୍ତି ଯେ ନୂଆପଡାରୁ ମୁଖଗୁଡ଼ା ଏବଂ ସିନାପାଲିରୁ ନୂଆପଡା ଯାଉଥିବା ସରକାରୀ ବସ୍ ଜୁଗେନପଦର, ଚଟିଆଗୁଡା, ସାଗୁନଭାଡି, ମହୁଲପଡା, ଜାମଗାଁ ଭାୟା ବରଗାଁ ଦେଇ ଯାତାୟତ କଲେ , ଚଟିଆଗୁଡା, ଗଡରାମାଲ, ନିଲଜୀ, ବୈଗାପଡା, ଧରଣୀମାଳ, ବାଦେବୀର, କରଙ୍ଗାମାଲ, ବର୍ଭନସିଲ, ମହୁଲପଡା, ଜାମଗାଁ, ସାଲେକେଲା ସମେତ ଅନେକ ଗାଁର ଯାତ୍ରୀ ମାନେ ଉପକୃତ ହେବେ । ଆଗକୁ ଦେଖୁବାର ଅଛି ଯେ ଜନସାଧାରଣଙ୍କ ଏହି ଦାବିକୁ ପରିବହନ ବିଭାଗ କେତେ ଗୁରୁତ୍ବଦେଇ ପୁରଣ କରୁଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق