BREAKING
Loading...
:

ବାଲିମେଳା ଇଣ୍ଡୋର ଷ୍ଟାଡିୟମ ର ଭାରୋ ଉତ୍ତୋଳନ କୋଚ ସମେତ ୮ଜଣ ଛାତ୍ର ଛାତ୍ରୀ ଙ୍କ ଭୁବନେଶ୍ୱର ଗ୍ରସ୍ତ।*

 *ବାଲିମେଳା ଇଣ୍ଡୋର ଷ୍ଟାଡିୟମ ର ଭାରୋ ଉତ୍ତୋଳନ କୋଚ  ସମେତ ୮ଜଣ ଛାତ୍ର ଛାତ୍ରୀ ଙ୍କ ଭୁବନେଶ୍ୱର ଗ୍ରସ୍ତ।*



ବାଲିମେଳା , ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ଥିବା ଇଣ୍ଡୋର ଷ୍ଟାଡିୟମର ଭାରୋ ଉତ୍ତୋଳନ ପ୍ରଶିକ୍ଷକ ସମେତ ୮ଜଣ ଛାତ୍ର ଛାତ୍ରୀ ଭୁବନେଶ୍ୱର ଗ୍ରସ୍ତ କରିଛନ୍ତି ।୨୦୨୫ ମସିହାରେ ବାଲିମେଳା ବହୁ ମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ  ଗ୍ରୀଷ୍ମ କାଳୀନ ଭାରୋ ଉତ୍ତୋଳନ ପ୍ରଶିକ୍ଷଣ ପ୍ରଶିକ୍ଷକ ରଖୁନାଥ ଖିଲଙ୍କ  ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିରରେ ୪୦ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ୪୦ ଜଣ ପିଲା ମାନଙ୍କ ମଧ୍ୟରୁ ୨ଜଣ ଝିଅ ଏବଂ ୬ଜଣ ପୁଅ ସମୁଦାୟ ୮ଜଣ ଛାତ୍ର ଛାତ୍ରୀ ଙ୍କୁ ନେଇ ଶ୍ରୀ ଖିଲ  ଭୁବନେଶ୍ୱରରେ ଥିବା କଳିଙ୍ଗ ଷ୍ଟାଡିୟମକୁ ଗ୍ରସ୍ତ କରିଛନ୍ତି।ସେଠାରେ ସେମାନଙ୍କର ଡାକ୍ତରୀ ଶାରୀରିକ ପରୀକ୍ଷା ଚୟନ କରାଯିବ। ଯେଉଁ ଛାତ୍ର ଛାତ୍ରୀ ମାନେ ଡାକ୍ତରୀ ଶାରୀରିକ ପରୀକ୍ଷା ଚୟନ ରେ ସଫଳତା ହାସଲ କରିବେ ସେମାନେ କଳିଙ୍ଗ ଷ୍ଟାଡିୟମ ଠାରେ ହିଁ ରହି ଆନ୍ତଃରାଜ୍ୟ ପାଇଁ ପ୍ରଶିକ୍ଷଣ ନେବେ ବୋଲି ବାଲିମେଳା ବହୁ ମୁଖୀ ଇଣ୍ଡୋର ଷ୍ଟାଡିୟମର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଲଷ୍ମୀକାନ୍ତ ପୂଜାରୀ ସୂଚନା ଦେଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS