ଜବରଦଖଲ କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ : ପିଟିସନ୍ ଖାରଜ; ରାସ୍ତା ସଂପ୍ରସାରଣ ପାଇଁ ଅନୁମତି
ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପରେ ଜବରଦଖଲକାରୀମାନେ ବାଧା ସୃଷ୍ଟି କରିପାରିବେ ନାହିଁ । ଜବରଦଖଲ କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ । ସାଧାରଣ ଜନତାଙ୍କ ସୁରକ୍ଷା ଏବଂ ବିକାଶମୂଳକ କାର୍ଯ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କେବଳ କିଛି ବ୍ୟକ୍ତିଙ୍କ ସ୍ୱାର୍ଥ ପାଇଁ ସମ୍ପ୍ରସାରଣ କାର୍ଯ୍ୟକୁ ଅଟକାଯାଇପାରିବ ନାହିଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି ।
ଏକ ରିଟ୍ ପିଟିସନ୍କୁ ଖାରଜ କରିବା ଅବସରରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରକୃତ ତଥ୍ୟ ଲୁଚାଇଥିବା ଆବେଦନକାରୀଙ୍କୁ କଡ଼ା ସମାଲୋଚନା କରିବା ସହ ଆବେଦନକୁ ଖାରଜ କରିଦେଇଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق