BREAKING
Loading...
:

ନୂଆପଡ଼ା ପୋଲିସର ବଡ଼ ସଫଳତା। ୩ କୋଟି ଟଙ୍କାର ସାଇବର ଠକେଇର ପର୍ଦ୍ଦାଫାଶ, ୬ ଗିରଫ l ଜିଲ୍ଲାକୁ ସାଇବର ଅପରାଧୀ ମାନଙ୍କ କ୍ରୀଡ଼ାଭୂମି ହେବାକୁ ଦିଆଯିବ ନାହିଁ - ଆରକ୍ଷୀ ଅଧିକ୍ଷକ l

 ନୂଆପଡ଼ା ପୋଲିସର ବଡ଼ ସଫଳତା। ୩ କୋଟି ଟଙ୍କାର ସାଇବର ଠକେଇର ପର୍ଦ୍ଦାଫାଶ, ୬ ଗିରଫ l ଜିଲ୍ଲାକୁ ସାଇବର ଅପରାଧୀ ମାନଙ୍କ କ୍ରୀଡ଼ାଭୂମି ହେବାକୁ ଦିଆଯିବ ନାହିଁ - ଆରକ୍ଷୀ ଅଧିକ୍ଷକ l 



ନୂଆପଡା, 

ନୂଆପଡା ପୁଲିସ ଏକ ବୃହତ୍ ସଂଗଠିତ ସାଇବର ଠକେଇର ପର୍ଦ୍ଦାଫାଶ କରି ପ୍ରାୟ ୩ କୋଟି ଟଙ୍କାର ଅନଲାଇନ ଆର୍ଥିକ ଠକେଇ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି। ସିଆଇଡି- କ୍ରାଇମ୍ ବ୍ରାଞ୍ଚ ଦ୍ୱାରା ଆରମ୍ଭ କରାଯାଇଥିବା ସ୍ଵତନ୍ତ୍ର “ସାଇବର କବଚ” ଅଭିଯାନ ଅନ୍ତର୍ଗତ ମୂଲ୍ ବ୍ୟାଙ୍କ ଖାତା ମାଧ୍ୟମରେ ହେଉଥିବା ଅନଲାଇନ ଠକେଇ ବିରୋଧରେ ଏହି ବୃହତ୍ କାର୍ଯ୍ୟାନୁଷ୍ଠାନ ହୋଇଥିଲା। 

I4C (ଗୃହମନ୍ତ୍ରାଳୟ) ଓ ଜିଲ୍ଲା ସାଇବର ସେଲର ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ନୂଆପଡା ପୁଲିସ ଥାନା ଅଧୀନରେ ବିଭିନ୍ନ ବ୍ୟାଙ୍କରେ ଖୋଲାଯାଇଥିବା ସନ୍ଦେହଜନକ ଖାତାଗୁଡିକୁ ଯାଞ୍ଚ କରାଯାଇଥିଲା। ବିସ୍ତୃତ ଯାଞ୍ଚ ଓ ପ୍ରଯୁକ୍ତିକ ବିଶ୍ଳେଷଣ ପରେ ଏକ ସଂଗଠିତ ସାଇବର ଅପରାଧର ପର୍ଦାଫାଶ ହୋଇଥିଲା।

ନୂଆପଡା ଜିଲ୍ଲା ପୁଲିସ ଅଧିକ୍ଷକ ଅମ୍ରିତପାଲ ସିଂ କହିଛନ୍ତି ଯେ ଡିଜିଟାଲ ଇନପୁଟ୍, ବ୍ୟାଙ୍କ ଖାତା ଯାଞ୍ଚ ଓ କ୍ଷେତ୍ରସ୍ତରୀୟ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇଥିଲା। ଦୀର୍ଘ ସମୟ ତଦନ୍ତ ପରେ ଠକେଇ ଟଙ୍କା ଉତ୍ତୋଳନ କରିବାରେ ବ୍ୟବହୃତ ମୁଲ୍ ଖାତା ଚାଳନା କରୁଥିବା ବ୍ୟକ୍ତିମାନଙ୍କୁ ପୁଲିସ ଚିହ୍ନଟ କରିବାରେ ସଫଳ ହୋଇଥିଲା। ମୋଟ ଠକାମୀ ରାଶି ପ୍ରାୟ ୩ କୋଟି ଟଙ୍କା ଅନୁମାନ କରାଯାଉଛି।ଚଢ଼ାଉ ସମୟରେ ଅପରାଧୀ ମାନଙ୍କ ପାଖରୁ ୬ଟି ମୋବାଇଲ ଫୋନ, ଲେଣ ଦେନ ସମ୍ବନ୍ଧୀୟ ଦଲିଲପତ୍ର, ବ୍ୟାଙ୍କ ଦଲିଲ, ଏଟିଏମ କାର୍ଡ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣ ମୁଲ ଖାତା ଧାରକ ଥିବାବେଳେ ଅନ୍ୟ ୩ ଜଣ ମଧ୍ୟସ୍ଥ ଭାବେ ଏହି ଠକାମୀକୁ ସହଯୋଗ କରୁଥିବା ଜଣା ପଡିଛି। ଏହି ଠକାମୀରେ ଆନ୍ତରାଜ୍ଯ ଲିଙ୍କ ନେଇ ତଦନ୍ତ ଚାଲିଥିବା ବେଳେ ଅନ୍ୟ ଜଡିତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପ୍ରୟାସ ଜାରି ରହିଛି।

ଏହି ଘଟଣାରେ ନୂଆପଡା ଥାନାରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ଓ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ର ସମ୍ପର୍କିତ ଧାରା ଅଧୀନରେ ମାମଲା ରୁଜୁ କରାଯାଇଛି।

ଉକ୍ତ ଅଭିଯାନ ନୂଆପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଲିଥିଲା। ତଦନ୍ତ ଜାରି ରହିଥିବାରୁ ଆଗାମୀ ଦିନରେ ଅଧିକ ଗିରଫ ସମ୍ଭାବନା ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS