ତତଲାଗଡ ରୁପେ ପରିଚିତ ଟିଟିଲାଗଡ ରେ ପାନୀୟ ଜଳ ପ୍ରକଳ୍ପ ଆଳରେ କୋଟି କୋଟି ଟଙ୍କା ହଡ଼ପ, ସାଂସଦ ନିରଞ୍ଜନ ବିଶି ଙ୍କ ବିଭାଗୀୟ ଅଧିକାରୀ ଙ୍କୁ ମାର୍ଚ୍ଚ ମାସ ସୁଦ୍ଧା ଜଳ ଯୋଗାଣ ନେଇ କଡ଼ା ତାଗିଦ୍।
ବଲାଙ୍ଗୀର/ଟିଟିଲାଗଡ,
-:ଆଦିବାସୀ ଅଧ୍ୟୁଷିତ ଦାଦନ ପ୍ରବଣ ତଥା କେବିକେ ତାଲିକା ଭୁକ୍ତ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସବ ଡ଼ିଭିଜନ ରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଏହି ପାନୀୟ ଜଳ ସମସ୍ୟା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି ସିନା କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ ନାମକୁ ମାତ୍ର ବଡ ବଡ ପାଣି ଟାଙ୍କି ଓ ସୂଚନା ଫଳକ ନିର୍ମାଣ କରି ସମସ୍ତ ଅର୍ଥ ମିଥ୍ୟା,ବିଲ ଭାଉଚର୍ କରି ହଡ଼ପ କରାଯାଇଥିବା ଭଳି ଗୁରୁତର ଅଭିଯୋଗ ସର୍ବଜନ ବିଦିତ।
ହେଲେ ଏଇ ଉତ୍କଟ ଜଳ ସମସ୍ୟା ସମାଧାନ କେବେ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପାଣି ଟୋପାଏ ପାଇଁ ସାଧାରଣ ଲୋକ ଡହଳ, ବିକଳ ହୋଇ ଆସୁଥିବା ବେଳେ ଏ ନେଇ ଆଦିବାସୀ ନେତା ତଥା ସାଂସଦ ନିରଂଜନ ବିଶି ଟିଟିଲାଗଡ ଗସ୍ତ ରେ ଆସି ବିଭାଗୀୟ ଅଧିକାରୀ ଙ୍କ ସହ ଏକ ଗୁରୁତତ୍ୱପୂର୍ଣ ଆଲୋଚନା କରି ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଜନ ସାଧାରଣ କିଭଳି ପାନୀୟ ଜଳ ପାଇବେ ସେ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇ ଥିଲେ ।
ପାନୀୟ ଜଳ ପାଇଁ ଲୋକେ ଡହଳ, ବିକଳ ହେବା ଓ ଆଗମୀ ଦିନରେ ଉତ୍କଟ ଗ୍ରୀଷ୍ମ ପ୍ରବାହ ନେଇ ଏ ସମସ୍ୟା ଟିଟିଲାଗଡ ସବ ଡିଭିଜନ ର ବିଭିନ୍ନ ବ୍ଲକ ଅଞ୍ଚଳ ରେ ଉତ୍କଟ ରୂପ ଧାରଣ କରିଛି।
ବିଭିନ୍ନ ଗ୍ରାମାଞ୍ଚଳରେ ଲୋକେ ମାଇଲ,ମାଇଲ ଦୂର ଯାଇ ଜଳ ସଂଗ୍ରହ କରି ଆସୁଥିବା ବେଳେ ଏ ନେଇ ଆଗମୀ ଦିନରେ କିଭଳି ଏ ସମସ୍ୟା ର ସ୍ଥାୟୀ ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق