ଅତାବିରାରେ ବ୍ଲକ
ସ୍ତରୀୟ ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଅତାବିରା/ ବରଗଡ଼ ,
ଆମ ଦେଶରେ ଚାଷୀ ମାନଙ୍କ ଉନ୍ନତି ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସ୍ତରରେ ପ୍ରୟାସ ଜାରିରଖିଥିବା ବେଳେ ଗତ ୨୦୨୪ ମସିହା ଠାରୁ ଡିଜିଟାଲ କ୍ରପ ସର୍ଭେ କାର୍ଯ୍ୟ କରିଆସୁଅଛି । ଭାରତ ସରକାରଙ୍କ କୃଷି ଓ କୃଷକ କଳ୍ୟାଣ ବିଭାଗ ପକ୍ଷରୁ ସାରା ଦେଶରେ ଡିଜିଟାଲ ଫସଲ ସର୍ବେକ୍ଷଣ ଫୋନ ମାଧ୍ୟମରେ ବିଭିନ୍ନ ଫସଲ ପାଇଁ ପରାମର୍ଶ,କିଷାନ କ୍ରେଡିଟ କାର୍ଡ ଋଣ,ଫସଲ ବୀମା, ସର୍ବନିମ୍ନ ସହାୟକ ମୂଲ୍ୟରେ ଫସଲ କ୍ରୟ, ପ୍ରକୃତ ଚାଷୀଙ୍କୁ ତାର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରାଯାଇଥାଏ। କେଉଁ ଜମିରେ କେଉଁ ଚାଷ ହୋଇଛି ତାର ସଠିକ ତଥ୍ୟ ଫଟୋ ସହ ସର୍ଭେ କରାଯାଇଥାଏ। ଏଥିରେ ଜମିର ସିମା ଭିତରୁ ପ୍ରତ୍ୟେକ ଚାଷଜମି ପ୍ଲଟର ଫସଲ ସୂଚନା ସଂଗ୍ରହ କରାଯାଇଥାଏ। ଏହି କାର୍ଯ୍ୟକ୍ରମକୁ ସଫଲ ରୂପରେ କାର୍ଯକାରୀ କରାଇବା ପାଇଁ ଜିଲ୍ଲା ଓ ବ୍ଲକ ସ୍ତରର କୃଷି ଏବଂ ରାଜସ୍ବ ବିଭାଗର କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ।
ଏହି ପରିପ୍ରେକ୍ଷୀରେ ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଅତାବିରା ଠାରେ ୨୦୨୫-୨୦୨୬ ପାଇଁ ବ୍ଲକ୍ ସ୍ତରୀୟ ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତାବିରା ବ୍ଲକ ର ପାଖାପାଖି ୩୦ ଜଣ ଯୁବ ସର୍ବେକ୍ଷଣ କାରୀ ଯୋଗ ଦେଇଥିବା ବେଳେ ଏହି ସର୍ବେକ୍ଷଣ ର ସମୟ ସୀମା ଡିସେମ୍ବର ୧୫ ତାରିଖ ରୁ ଆରମ୍ଭ ହୋଇ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ରହିଛି। ଅତାବିରା ଗୋଷ୍ଠୀ କୃଷି ଅଧିକାରୀ ପିଙ୍କୁସେନ କରଙ୍କ ଅଧ୍ୟକ୍ଷତାରେ ଏଥିରେ ଅତାବିରା ତହସିଲଦାର କେ ରିଚି କୁମାର ଏବଂ ଅତିରିକ୍ତ ତହସିଲଦାର ରୋଶନୀ ଖମାରୀ ଯୋଗ ଦେଇଥିଲେ ଏବଂ ଅଙ୍କିତା ପଣ୍ଡା (ସହକାରୀ କୃଷି ଅଧିକାରୀ ଲରମ୍ଭା),ଶ୍ରୀୟା ହୋତା (ସହକାରୀ କୃଷି ଅଧିକାରୀ, ଅତାବିରା),ସହକାରୀ ବୈଷୟିକ ପ୍ରବନ୍ଧକ ମୀନତି ପ୍ରଧାନ ,ସହକାରୀ ବୈଷୟିକ ପ୍ରବନ୍ଧକ ପ୍ରଶାନ୍ତ କୁମାର ଭୋଇ, କୃଷି ଅଧିଦର୍ଶକ ସୁରଜ କୁମାର ପଧାନ, କୃଷି ଅଧିଦର୍ଶକ ମମତା ମହାନନ୍ଦ, କୃଷି ଅଧିଦର୍ଶକ ମୋହିନୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସର୍ବେକ୍ଷଣ କାରୀ ମାନେ ସ୍ମାର୍ଟ୍ ଫୋନ୍ ମାଧ୍ୟମରେ କିପରି ସର୍ବେକ୍ଷଣ କରିବେ ତାହା ପରାମର୍ଶ ଦିଆଯାଇଥିଲା। ବରଗଡ଼ ଜିଲ୍ଲାରେ ଡିଜିଟାଲ ଫସଲ ସର୍ବେକ୍ଷଣରେ ଅତାବିରା ଦ୍ଵିତୀୟ ସ୍ଥାନରେ ଅଛି ବୋଲି କହିଥିଲେ ଅତାବିରା ଗୋଷ୍ଠୀ କୃଷି ଅଧିକାରୀ ପିଙ୍କୁସେନ କର ।ଅତାବିରା ବ୍ଲକର ଗତ ଖରିଫ ଋତୁରେ ସର୍ବାଧିକ ସର୍ବେକ୍ଷଣ କରିଥିବା ୫ ଜଣ ସର୍ବେକ୍ଷଣ କାରୀଙ୍କୁ ମାନପତ୍ର ଏବଂ ଡାଏରୀ ସହ ପୁରସ୍କୃତ କରି ସମ୍ମାନିତ କରାଯାଇଥିଲା।ସେମାନେ ହେଲେ ମାନସ ଖମାରୀ, ହୃଷୀକେଶ ଭୋଇ, କୃଷ୍ଣଚନ୍ଦ୍ର ସାହୁ, ମନୋଜ କୁମାର କର୍ଣ୍ଣ,ଋଷଭ ବାଗ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق