BREAKING
Loading...
:

ଟି-ଟ୍ବେଣ୍ଟି ବିଶ୍ଵକପର ସୁପର-୮ ମ୍ୟାଚରେ ଜିମ୍ବାୱେ ବିପକ୍ଷରେ ଭାରତର ଏକ ତରଫା ବିଜୟ

 ଟି-ଟ୍ବେଣ୍ଟି ବିଶ୍ଵକପରେ ଜିମ୍ବାୱେକୁ ହରାଇଲା ଭାରତ


ବ୍ୟୁରୋ (ମଣିଭଦ୍ରା ଖବର) ଚେନ୍ନାଇ ଠାରେ ଖେଳା ଯାଇଥିବା ଟି-ଟ୍ବେଣ୍ଟି ବିଶ୍ଵକପର ସୁପର -୮ର ଏକ ଗୁରୁତ୍ବପୂର୍ଣ୍ଣ କର ବା ମର ମ୍ୟାଚରେ ପରସ୍ପରକୁ ଭେଟିଥିଲେ ଭାରତ ଏବଂ ଜିମ୍ବାୱେ । ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ଉଇକେଟ ହରାଇ ବିଶାଳ ୨୫୬ ରନ୍ ସଂଗ୍ରହ କରିଥିଲା । ଦଳ ତରଫରୁ ଅଭିଷେକ ଶର୍ମା ୫୫ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ଧୁଆଁଧାର ୫୦ ରନ୍ ଏବଂ ତିଲକ ବର୍ମା ୪୪ ରନ୍ ସଂଗ୍ରହ କରିଥିଲେ । ଜବାବରେ ଜିମ୍ବାୱେ ୨୦ ଓଭରରେ ୧୮୪ରନ୍ କରି ମ୍ୟାଚ ହାରି ଯାଇଥିଲା । ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି,ବରୁଣ ଚକ୍ରବର୍ତ୍ତୀ ୧ଟି, ଅକ୍ଷର ପଟେଲ ୧ଟି,ଶିବମ ଦୁବେ ୧ଟି ଉଇକେଟ ହାସଲ କରିଥିଲେ । ଭାରତ ତାର ପରବର୍ତ୍ତୀ ମ୍ଯାଚ ଓ୍ବେଷ୍ଟଇଣ୍ଡିଜ ବିରୁଦ୍ଧରେ ମାର୍ଚ୍ଚ ୧ ତାରିଖରେ ଖେଳିବାକୁ ଥିବା ବେଳେ ସେମିଫାଇନାଲ ପାଇଁ ଭାରତର ଭାଗ୍ୟ ନିର୍ଦ୍ଧାରଣ ହେବ । ସୁପର -୮ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଭାରତ ହାରି ଯାଇଥିବା ବେଳେ ପରବର୍ତ୍ତୀ ଦୁଇ ମ୍ୟାଚ ଜିତିବା ଭାରତ ପାଇଁ ଆବଶ୍ୟକ ହୋଇପଡିଛି । 

ମଣିଭଦ୍ରା ଖବର, ବ୍ୟୁରୋ 

Post a Comment

Previous Post Next Post
Header ADS