BREAKING
Loading...
:

ଅଖିଳ ଭାରତ ହିନ୍ଦୁ ମହାସଭା ରାଜ୍ୟ ସଂଗଠନ ମନ୍ତ୍ରୀ ହେଲେ ବିଶ୍ୱଜିତ।

 *ଅଖିଳ ଭାରତ ହିନ୍ଦୁ ମହାସଭା ରାଜ୍ୟ ସଂଗଠନ ମନ୍ତ୍ରୀ ହେଲେ ବିଶ୍ୱଜିତ।*



ବାଲିମେଳା , ଚଳିତ ବର୍ଷ ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ସଂଗଠନ କୁ ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ରାଜ୍ୟ ଜିଲ୍ଲା ସ୍ତରରେ ଯୁବ ନେତୃତ୍ବଙ୍କୁ ନିଯୁକ୍ତି ଦିଆଯାଉଛି ।

ଏହି କ୍ରମରେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ବାଲିମେଳା ସହରର ଡଃ ବିଶ୍ଵଜିତ ମୁଦୁଲି ରାଜ୍ୟ ସଂଗଠନ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ଅଖିଳ ଭାରତ ହିନ୍ଦୁ ମହାସଭା ରାଜ୍ୟ ସଭାପତି ଗୀତା ଚଇନିଙ୍କ ସୁପାରିଶ କ୍ରମେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ରାକେଶ ତିୱାରୀଙ୍କ ଅନୁମୋଦନ ଦ୍ବାରା ନିଯୁକ୍ତି ଦିଆଯାଇଛି। ବିଶ୍ଵଜିତ ଦୀର୍ଘ ଚାରି ବର୍ଷ ଧରି ଅଖିଳ ଭାରତ ହିନ୍ଦୁ ମହାସଭା ଭଳି ପୁରାତନ ରାଜନୈତିକ ଦଳ ସହ ଜଡ଼ିତ ରହି ରାଜ୍ୟ ଏବଂ ରାଜ୍ୟ ବାହାରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଦଳରେ ତାଙ୍କର ସକରାତ୍ମକ କାର୍ଯ୍ୟ ଶୈଳୀକୁ ଦୃଷ୍ଟିରେ ରଖି ରାଜ୍ୟର ନୂତନ ସଂଗଠନ ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଛି। ବିଶ୍ଵଜିତଙ୍କୁ ରାଜ୍ୟ ସଂଗଠନ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିବା ଖବର ଜାଣିବା ପରେ ମାଲକାନଗିରି ଅକୂଳ ଭାରତ ହିନ୍ଦୁ ମହାସଭା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଦାୟିତ୍ବ ଗ୍ରହଣ ପରେ ଡଃ ବିଶ୍ଵଜିତ ମୁଦୁଲି ଆଗାମୀ ଦିନରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ନୂତନ କର୍ମକର୍ତ୍ତା ନିଯୁକ୍ତି ଦେଇ ଦଳକୁ ତୃଣମୂଳସ୍ତରରୁ ମଜଭୁତ କରିବା ସହ ରାଜ୍ୟର ବିଭିନ୍ନ ହିନ୍ଦୁ ଧର୍ମ, ମଠ ମନ୍ଦିର, ଧର୍ମାନ୍ତରୀକରଣ ଏବଂ ଗୋମାତା ସୁରକ୍ଷା ଏବଂ ପୁରୀ ଜଗନ୍ନାଥ ମନ୍ଦିରର ସଭାପତି ଏବଂ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରି ରାଜ୍ୟରେ ମଠ ମନ୍ଦିର ସାଧୁସନ୍ତଙ୍କ ଙ୍କ ସୁରକ୍ଷା ବାବଦରେ ଦିଗରେ ଗୁରୁତ୍ୱ ଦେଇ କାର୍ଯ୍ୟକରିବି ବୋଲି ଶ୍ରୀ ମୁଦୁଲି କହିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS