ଦରମା ବୃଦ୍ଧି ଘୋଷଣା ପରେ ବିଧାୟକ ଙ୍କୁ କୃତଜ୍ଞତା ଜ୍ଞାପନ କଲେ ଆୟୁଷ ଡାକ୍ତର ସଙ୍ଘ,
ବେଲଗୁଣ୍ଠା,ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୁଷ ଡାକ୍ତରମାନଙ୍କ ଦରମା ବୃଦ୍ଧି ଘୋଷଣା ପରେ ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ଆୟୁଷ ଡାକ୍ତର ମିଳିତ ହୋଇ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କୁ ସାକ୍ଷାତ କରି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହା ସହିତ ବିଧାୟକ ଶ୍ରୀ ବିଷୋୟୀଙ୍କ ଜରିଆରେ ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହଲିଂଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି I ରାଜ୍ୟ ସରକାରଙ୍କ ଏହି ସିଦ୍ଧାନ୍ତ ଆୟୁଷ ସେବାକୁ ଆହୁରି ସଶକ୍ତ କରିବା ସହ ଆୟୁଷ ଡାକ୍ତର ମାନଙ୍କ ମନୋବଳ ବୃଦ୍ଧି କରିବ ବୋଲି ଆୟୁଷ ସଙ୍ଘ ଆଶା ବ୍ୟକ୍ତ କରିଛନ୍ତି I ଗଞ୍ଜାମ ଜିଲ୍ଲା ଆୟୁଷ ଡାକ୍ତର ସଂଘର ସାଙ୍ଗଠନିକ ସମ୍ପାଦକ ଡାକ୍ତର ସରୋଜ ପ୍ରଧାନଙ୍କ ନେତୃତ୍ୱରେ ଡ଼ାକ୍ତର ବସନ୍ତ ସ୍ୱାଇଁ,ଡାକ୍ତର ପାଣ୍ଡଵ ସ୍ୱାଇଁ,ଡାକ୍ତର ଏ ମନୋଜ ପାତ୍ର ଓ ଡ଼ାକ୍ତର ନାରାୟଣ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ l ପ୍ରକାଶ ଥାଉକି ଆୟୂଷ ଡାକ୍ତରମାନେ ସ୍ଵଳ୍ପ ପାରିଶ୍ରମିକରେ ଦୀର୍ଘ ବର୍ଷ ଧରି ସେବା ଯୋଗାଇ ଆସୁଥିବା ବେଳେ ନିଜର ଦରମା ବୃଦ୍ଧି ସହ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ପୂର୍ବ ସରକାର ଅମଳରୁ ଦାବି କରି ଆସୁଥିଲେ I କରୋନା ମହାମାରୀ ସମୟରେ ପ୍ରତ୍ଯେକ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଏହି ଆୟୂଷ ଡ଼ାକ୍ତର ମାନେ ହିଁ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ନିଯୁକ୍ତ ଥିଲେ I
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment