BREAKING
Loading...
:

ଜିଲ୍ଳା ପ୍ରାଣୀ ଚିକିତ୍ସାଳୟରେ ଅବ୍ୟବସ୍ଥା ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚ ର ବିକ୍ଷୋଭ

 ଜିଲ୍ଳା ପ୍ରାଣୀ ଚିକିତ୍ସାଳୟରେ ଅବ୍ୟବସ୍ଥା ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚ ର ବିକ୍ଷୋଭ 



ସମସ୍ୟା ସମାଧାନ ନ ହେଲେ କାର୍ଯ୍ୟାଳୟରେ ତାଲା ପଡ଼ିବ 


ବ୍ରହ୍ମପୁର, ବ୍ରହ୍ମପୁର ଜିଲ୍ଲା ପ୍ରାଣୀ ଚିକିତ୍ସାଳୟରେ ବିଭିନ୍ନ ଅବ୍ୟବସ୍ଥା ନେଇ  ସ୍ଥାନୀୟ ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l ମଞ୍ଚ ଆବାହକ ଆଇନଜୀବି ଅବନୀ ଗୟା ଓ ସମାଜସେବୀ ମନୋଜ ତରାଇଙ୍କ ନେତୃତ୍ବରେ ବହୁ ସଂଖ୍ୟକ କର୍ମକର୍ତ୍ତା ବିକ୍ଷୋଭରେ ଅଂଶ ଗ୍ରହଣ କରି ସରକାରଙ୍କ ଦି ମୁଣ୍ଡିଆ ଚରିତ୍ରକୁ ଦୃଢ଼ ନିନ୍ଦା କରିଥଲେ l ଗୋଟିଏ ପକ୍ଷରେ ସରକାର ଗୋ ଚାଲାଣକୁ ପ୍ରସଙ୍ଗ କରି କ୍ଷମତାକୁ ଆସିଥିବା ବେଳେ ବର୍ତ୍ତମାନ ସମଗ୍ର ବିଶ୍ବରେ ଭାରତ ଗୋ ଚାଲାଣରେ ଦ୍ଵିତୀୟ ସ୍ଥାନରେ ପହଂଚିଛି l ଗୋ ସୁରକ୍ଷା ନାଁ ରେ ସ୍ଥାନେ ସ୍ଥାନେ ପ୍ରସଙ୍ଗ କରି ନାନା ପ୍ରକାର ହୋ ହାଲ୍ଲା, ଗଣ୍ଡଗୋଳ ହେଉ ଥିବାବେଳେ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା ନ ପାଇ ଗାଇ, ଷଣ୍ଢଙ୍କ ମୃତ୍ୟୁ ହେବା ଅତ୍ୟନ୍ତ ସ୍ପର୍ଶ କାତର କଥା l ଗଞ୍ଜାମ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ଔଷଧର ଓଭରଡୋଜ ବା ମାତ୍ରାଧିକ ଔଷଧ ଦେବା ଓ ଗୋଟିଏ ସିରିଞ୍ଜରେ ବିଭିନ୍ନ ପଶୁଙ୍କୁ ଇଞ୍ଜେକସନ ଦେବା ଭଳି ଜଘନ୍ୟ ଅବହେଳା ଯୋଗୁଁ ଗତ କାଲି ଗୋଟିଏ ଗାଈର ଅକାଳ ମୃତ୍ୟୁ ଘଟିଛି l ଏଥିପାଇଁ ଖୁବ୍ ଶୀଘ୍ର ତଦନ୍ତ କରି ଦୋଷୀଙ୍କୁ ଗିରିଫ କରାଯିବାକୁ ଦାବି ହୋଇଛି, ଏଥି ସମ୍ଵନ୍ଧରେ ସ୍ଥାନୀୟ ଟାଉନ୍ ଥାନାରେ ଅଭିଯୋଗ ଦାଖଲ ମଧ୍ୟ ହୋଇଛି l ଏତଦବ୍ୟତୀତ 

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ଇଣ୍ଡୋର୍ ବିଭାଗ ଖୋଲିବା,ନିୟମିତ ସମସ୍ତ ଆବଶ୍ୟକୀୟ ଔଷଧ ଯୋଗାଇବା , ଚିକିତ୍ସାଧୀନ ପ୍ରାଣୀଙ୍କ ପାଇଁ ଖାଦ୍ୟ ଯୋଗାଣ, ସରକାରୀ ଯୋଗାଣ ଔଷଧକୁ ଅନ୍ୟତ୍ର ବିକ୍ରି କରି କମିଶନ କାରବାର ବନ୍ଦ କରିବା, ସ୍ବେଚ୍ଛାସେବୀ ପଶୁ ପ୍ରେମୀଙ୍କୁ ଧମକ ଦେବା ବନ୍ଦ କରିବା, ଅଞ୍ଚଳ ଅନୁସାରେ LI ତାଲିକା ଗଣମାଧ୍ୟମରେ ପ୍ରକାଶ କରିବା, ପଲିଥିନ୍ ନିଷିଦ୍ଧ କରିବା, ଅସ୍ତ୍ରୋପଚାର ଗୃହ ଖୋଲିବା,ପାଥୋଲୋଜି-ଏକ୍ସରେ ଚାଲୁ କରିବା 

, ଗୋଶାଳାରେ CC କ୍ୟାମେରା ଲଗାଇବା, କାର୍ଯ୍ୟ ସମୟରେ ଅନୁପସ୍ଥିତ ରହୁଥିବା କର୍ମଚାରୀଙ୍କୁ ତଦାରଖ ଲାଗି ବାୟୋମେଟ୍ରିକ୍ ଲାଗୁ କରିବା,  ମିଛ ବିଲିଂ ର ତଦନ୍ତ କରିବା, ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟ ପାଇଁ ଆଉ ଗୋଟିଏ ଆମ୍ବୁଲାନ୍ସ ଯୋଗାଇବା,

ଆହତ ପଶୁକୁ ଆମ୍ବୁଲାନ୍ସରେ ଉଠାଇବା ପାଇଁ ଲିଫ୍ଟ ମେସିନ୍ ସଂଯୋଗ କରିବା,

ରାସ୍ତାରେ ଗାଈକୁ ଛାଡି ତାକୁ ଅବହେଳା କରୁଥିବା ଗାଈ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା, ମୃତ ପଶୁ ଙ୍କୁ ଦହନ ପାଇଁ ବୈଦ୍ୟୁତିକ ଦହନ ମେସିନ୍ ସ୍ଥାପନ ଆଦି ଅଠର ଗୋଟି ଦାବୀ ଉପସ୍ଥାପନ ହୋଇଛି l ବିକ୍ଷୋଭ ରେ ଅନ୍ୟ ମାନଙ୍କ ମଧ୍ୟରେ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସମାଜସେବୀ କୁନି କୁମାରୀ ଦେବୀ,ଶିକ୍ଷକ ସଙ୍ଗଠନ ନେତା ଆଶୋକ ଦଳାଇ,ଶ୍ୟାମ ସୁନ୍ଦର ଖାଡ଼ାଙ୍ଗା, ଯୁବନେତା ସ୍ମୃତି ରଞ୍ଜନ ତରାଇ, କିଶୋର ସ୍ବାଇଁ, ବି. ମଣିକଣ୍ଠ, ଓମ୍ ପ୍ରକାଶ ଜେନା, ରୁଦ୍ର ମାଧବ, ଅଜୟ ପାଣଗ୍ରାହୀ, ଶ୍ରୀକାନ୍ତ ପାଳ,ଶ୍ୟାମଘନ ପରଦେଶୀ, ମହେଶ ଗୌଡ଼, କାଳିଆ ଜେନା, ଶ୍ୟାମଘନ ଦଳାଇ, ଆଦିତ୍ୟ ପ୍ରସାଦ, ଶ୍ରୀକାନ୍ତ ଗୌଡ଼ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଖୁବ୍ ଶୀଘ୍ର ସମସ୍ତ ସମସ୍ୟାର ସମାଧାନ ନ ହେଲେ ଯେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ମଞ୍ଚ ଆବାହକ ଅବନୀ ଗୟା  ମତବ୍ୟକ୍ତ କରିଛନ୍ତି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS