ଟିଟିଲାଗଡ଼ ସରକାରୀ ରେଳବାଇ ଥାନାରେ ଡିସେମ୍ବର ୨୦୨୫ ସୁଦ୍ଧା ବିପୁଳ ପରିମାଣର ଗଞ୍ଜେଇ ଜବତ ସହିତ ଏନଡ଼ିପିଏସ ଆକ୍ଟ ଅନୁଯାୟୀ ୧୨୪ ଟି ମକଦ୍ଦମା ରୁଜୁ ।
ବଲାଙ୍ଗୀର/ଟିଟିଲାଗଡ଼ -- ରାଉରକେଲା ରେଳବାଇ ଆରକ୍ଷୀ ଅଧିକ୍ଷକ ଅଧୀନରେ ଥିବା ଟିଟିଲାଗଡ଼ ରେଳବାଇ ଥାନା ସମେତ ରାଉରକେଲା ରେଳବାଇ ପୋଲିସ ଜିଲ୍ଲା ଅଧୀନରେ ଥିବା ସମସ୍ତ ଥାନା ଅଞ୍ଚଳ ମାନଙ୍କରେ ଡିସେମ୍ବର ୨୦୨୫ ସୁଦ୍ଧା ଗଞ୍ଜେଇ କେଶ ନେଇ ଏନଡ଼ିପିଏସ ଆକ୍ଟ ମାମଲାରେ ସମୁଦାୟ ୧୨୪ ଟି ମକଦ୍ଦମା ରୁଜୁ ହୋଇଛି । ଏହି ଗଞ୍ଜେଇ ମାମଲାରେ ସମୁଦାୟ ୨୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି! ସର୍ବ ମୋଟ ୨୦୧୪ କେଜି ୭୫୯ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏହି ବେଆଇନ ଗଞ୍ଜେଇ କାରବାରରେ ଗିରଫ ହୋଇଥିବା ମୁଦାଲା ମାନଙ୍କ ମଧ୍ୟରୁ ୫୫ ଜଣ ଓଡିଶା ରାଜ୍ୟରୁ ଏବଂ ଅନ୍ୟାନ୍ୟ ରାଜ୍ୟରୁ ୧୫୮ ଜଣ ବ୍ୟକ୍ତି ସମୁଦାୟ ୨୧୩ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି !
ଏହି ଗଞ୍ଜେଇ କାରବାର ସଂଶ୍ଲିଷ୍ଟରେ ଥିବା ୨୧ ଜଣ ଗଞ୍ଜେଇ ସପ୍ଲାୟରଙ୍କୁ କୋରାପୁଟ, କନ୍ଧମାଳ, ରାୟଗଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର ଜିଲ୍ଲାରୁ ଏବଂ ୪ ଜଣ ରିସିଭରଙ୍କୁ ଅନ୍ୟ ରାଜ୍ୟରୁ ଗିରଫ କରାଯାଇଛି ବୋଲି ରାଉରକେଲା ରେଳବାଇ ବରିଷ୍ଠ ଆରକ୍ଷୀ ଅଧିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନା ସୂଚନା ଦେଇଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق