BREAKING
Loading...
:

ବଡରାଉଳୀ ଦେବୀଙ୍କ ଚତୁର୍ଥ ବାର୍ଷିକ ଚଣ୍ଡୀ ମହାଯଜ୍ଞ

 ବଡରାଉଳୀ ଦେବୀଙ୍କ ଚତୁର୍ଥ ବାର୍ଷିକ ଚଣ୍ଡୀ ମହାଯଜ୍ଞ 





ଗଣିଆ ୦୬/୦୧(ମଣିଭଦ୍ରା ଖବର) ଗଣିଆ ବ୍ଲକ କିଶୋରପ୍ରସାଦ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଣ୍ଡରାସିଂହା ଗ୍ରାମର ଆରାଧ୍ୟ ଠାକୁରାଣୀ ମା ବଡ଼ରାଉଳୀ ଦେବୀଙ୍କ ଚତୃର୍ଥ ବାର୍ଷିକ ଚଣ୍ଡୀ ମହାଯଜ୍ଞ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ମା'ଙ୍କୁ ନୂତନ ବସ୍ତ୍ର ପରିଧାନ କରିବା ପରେ ହୋମଯଜ୍ଞ, ପୂଜାର୍ଚ୍ଚନା, ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ମନ୍ଦିର ପରିସରରେ ସୁନ୍ଦର ଭାବରେ ସାଜସଜ୍ଜା ହୋଇଥିଲା। ମା'ଙ୍କୁ ଦର୍ଶନ କରିବା ଲାଗି ଅଞ୍ଚଳର ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା,ସାମନ୍ତରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡାଙ୍କ ସମେତ ମନ୍ଦିର ପରିଚାଳନା କମିଟି ତଥା ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ ମହାଯଜ୍ଞ ଚତୁର୍ଥ ବର୍ଷରେ ପଦାର୍ପଣ କରିଥିବା ଜଣାପଡିଛି ।


ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS