ରିକ୍ସା ଚଲେଇ ବିଧାୟକ ଙ୍କ ସହର ପରିକ୍ରମା ।
ବଲାଙ୍ଗୀର/ଟିଟିଲାଗଡ, -:
ଟିଟିଲାଗଡ ବିଧାୟକ ନବୀନ ଜୈନ ନୂତନ ବର୍ଷ ତଥା ତାଙ୍କ ଜନ୍ମ ଦିନ ଏକ ଅଟୋ ଚଳେଇ ସହର ପରିକ୍ରମା କରି ପାଳନ କରିଛନ୍ତି । ପ୍ରକାଶ ଯେ, ଟିଟିଲାଗଡ ବ୍ଲକ୍ ଅନ୍ତର୍ଗତ ଜଗୁଆ ଗ୍ରାମ ର ଦେବରାଜ ନାଗ ନାମକ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ସ୍ବାବଲମ୍ବୀ ହେବା ନିମନ୍ତେ ବିଧାୟକ ଶ୍ରୀ ନବୀନ ଜୈନ ଏକ ବାଓ ମ୍ୟାଟ୍ରିକ ବା ଇ ରିକ୍ସା ପ୍ରଦାନ ନେଇ ଜିଲ୍ଲା ପ୍ରଶାସନ କୁ ଅବଗତ କରାଇ ଥିଲେ । ଏହି ଇ ରିକ୍ସା ଦ୍ଵାରା ଅନ୍ୟ ଭିନ୍ନକ୍ଷମ ମଧ୍ୟ ସ୍ବାବଲମ୍ବୀ ହୋଇ ପାରିବେ ବୋଲି ଏପରି ରିକ୍ସା ଟାଣି ସହର ପରିକ୍ରମା କରିଥିଲେ । ସେହିପରି ସହର ର ଟ୍ରାଫିକ ସମସ୍ୟା ନେଇ ବିଭିନ୍ନ ନୂତନ ନିର୍ମାଣଧିନ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରି ଥିଲେ । ଆଗାମୀ ବର୍ଷ ରେ ସମସ୍ତ କାର୍ଯ୍ୟ ସଠିକ ସମୟ ରେ ସମ୍ପୂର୍ଣ ହେବ ସେ ନେଇ ଗୁରୁତ୍ୱାରୋପ କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment