BREAKING
Loading...
:

ଗଞ୍ଜାମ ଜିଲ୍ଲାର ୪ ଜଣ ମହିଳା ବକ୍ସର, କୋଚ୍ ତଥା ରେଫରି ଙ୍କ ନୋଏଡା ଯାତ୍ରା

 ଗଞ୍ଜାମ ଜିଲ୍ଲାର ୪ ଜଣ ମହିଳା ବକ୍ସର, କୋଚ୍ ତଥା ରେଫରି ଙ୍କ ନୋଏଡା ଯାତ୍ରା 



ଚଳିତ ଜାନୁଆରି ମାସ ୪ ତାରିଖ ଠାରୁ ଆରମ୍ଭ ହୋଇ ୧୦ ତାରିଖରେ ସମାପ୍ତ ହେବାକୁ ଥିବା ୯ମ ଏଲିଟ୍ ମହିଳା ଜାତୀୟ ଚାମ୍ପିଅନସିପ ଭାଗ ନେବା ପାଇଁ ଗଞ୍ଜାମ ଜିଲ୍ଲାର ୪ ଜଣ ମହିଳା ବକ୍ସର, ୨ ଜଣ କୋଚ୍ ଓଡ଼ିଶା ବକ୍ସିଂ ଦଳରେ ସ୍ଥାନ ପାଇ ଉତ୍ତର ପ୍ରଦେଶ ରାଜ୍ୟର ନୋଏଡା ଅଭିମୁଖେ ଯାତ୍ରା କରଛନ୍ତି। ମହିଳା ବକ୍ସର ମାନେ ହେଲେ ୧. A ରିତୁ ରାଓ, ୨. ମନସ୍ଵିନୀ ସାବତ, ୩. ସୃତିଶା ପାଣିଗ୍ରାହୀ ଓ ୪. ଶ୍ୟାମା ମୁଖୀ ଏବଂ କୋଚ୍ ମ୍ୟାନେଜର ମାନେ ହେଲେ ରେଣୁ ମହାପାତ୍ର ଓ ବୁଲୁ ପାତ୍ର। ଏହି ଦଳ ସହ ଆନ୍ତର୍ଜାତୀୟ ବକ୍ସିଂ ରେଫରି ତଥା ସ୍ଥାନୀୟ ବକ୍ସିଂ କୋଚ୍ ଶ୍ରୀ ଶିଶିର କୁମାର ପାଣିଗ୍ରାହୀ ମଧ୍ୟ ଯାତ୍ରା କରିଛନ୍ତି। ଏହି ପ୍ରତିଯୋଗିତା ବକ୍ସିଂ ଫେଡରେସନ ଅଫ ଇଣ୍ଡିଆ ଅନୁମତି କ୍ରମେ ଆନୁକୁଲ୍ୟରେ ଉତ୍ତର ପ୍ରଦେଶ ରାଜ୍ୟର ଗ୍ରେଟର ନୋଏଡା ସ୍ଥିତ ଗୌତମ ବୁଦ୍ଧ ୟୁନିଭର୍ସିଟୀ ଠାରେ ଅନୁଷ୍ଠିତ ହେବ ବୋଲି GDAA ର ବକ୍ସିଂ ସମ୍ପାଦକ K ପ୍ରଭାକର ରାଓ ଓ GDAA ର ସମ୍ପାଦକ J କାମେଶ୍ୱର ରାଓ ଜଣାଇଛନ୍ତି। ସମସ୍ତ ବକ୍ସର ବ୍ରହ୍ମପୁର ସହରର ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ ଠାରେ ଅଭ୍ୟାସ କରୁଛନ୍ତି। ଏହି ବକ୍ସର ମାନଙ୍କୁ ବକ୍ସିଂ କୋଚ୍ ତଥା ରାଜ୍ୟ ରେଫରି ଶ୍ରୀ ଶିବରାମ ପାତ୍ର, ଶ୍ରୀ ଲଡୁ କିଶୋର ସାହୁ, ଶ୍ରୀ ଅଶୋକ ସାହୁ, ଶ୍ରୀ ବାବୁ ରାଓ, ଶ୍ରୀ ଶରତ ମହାପାତ୍ର, ଶ୍ରୀ ବସନ୍ତ  ପାଣିଗ୍ରାହୀ, ଶ୍ରୀ କାଳୁ ଚରଣ ପାଣିଗ୍ରାହୀ, Sri kajal sahu, ଶ୍ରୀ ସଞ୍ଜୀବ ସାହୁ, ଶ୍ରୀ ସୀତା ଜେନା, ଶ୍ରୀ ସୁମନ Das, ଶ୍ରୀ ଅବିନାଶ ନାୟକ, ଶ୍ରୀ ମୁନା ଗୌଡ଼, ଶ୍ରୀ B S ସାମନ୍ତରାୟ, ଶ୍ରୀ ସୀତାରାମ ବେବର୍ତ୍ତା, ଶ୍ରୀ ପୂର୍ଣ୍ଣ ପାତ୍ର, ଶ୍ରୀ ଉପେନ୍ଦ୍ର ପଟ୍ଟନାୟକ, ଶ୍ରୀ ସୁରେନ୍ଦ୍ର ପଟ୍ଟନାୟକ, Prasant Raut, ଆନ୍ତର୍ଜାତୀୟ ବକ୍ସର ମମତା ପଣ୍ଡା ଙ୍କ ସମେତ ସ୍ଥାନୀୟ ବକ୍ସର, GDAA ର ପ୍ରାୟ ମେମ୍ବର ଷ୍ଟାଡିୟମ ର ସମସ୍ତ କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS