BREAKING
Loading...
:

ସାଙ୍ଗର ଶବ ଶୋଭାଯାତ୍ରାରେ ଯାଉଥିବା ବେଳେ ସାଙ୍ଗର ମୃତ୍ୟୁ

 ସାଙ୍ଗର ଶବ ଶୋଭାଯାତ୍ରାରେ ଯାଉଥିବା ବେଳେ ସାଙ୍ଗର ମୃତ୍ୟୁ 

ଗଣିଆ -୦୨/୦୧(ମଣିଭଦ୍ରା ଖବର) ଅନେକ ସମୟରେ ବନ୍ଧୁ ବଇରୀ ସାଜିଥିବା ଆମେ ଶୁଣିବାକୁ ପାଇଛେ କିନ୍ତୁ ଜଣେ ବନ୍ଧୁର ଶବ ଶୋଭାଯାତ୍ରାରେ ଯାଉଥିବା ବେଳେ ଆଉ ଜଣେ ବନ୍ଧୁଙ୍କର ମୃତ୍ୟୁ ଘଟଣା ହୁଏତ ଅସମ୍ଭବ ଲାଗୁଥିଲେ ବି ସତ ପ୍ରମାଣିତ ହୋଇଛି ।  ଘଟଣାରୁ ପ୍ରକାଶ ଯେ ବିଜୟନଗର ଗ୍ରାମର ଯୋଗୀନାଥ ମହାଳିକଙ୍କର ଆଜି ସକାଳେ ପରଲୋକ ହୋଇଥିଲା । ତାଙ୍କର ଶବ ଶୋଭାଯାତ୍ରା ରେ ଯାଉଥିବା ସମୟରେ ତାଙ୍କ ବନ୍ଧୁ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଶୁଭେନ୍ଦ୍ର କୁମାର ସାହୁ  ହୃଦଘାତ ଯୋଗୁ ହଠାତ୍ ଖସିପଡିଥିଲେ । ଉପସ୍ଥିତ ଲୋକମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ଗଣିଆ ମେଡିକାଲ କୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ନିଜ ବନ୍ଧୁର ମୃତ୍ୟୁକୁ ସହ୍ୟ କରି ନପାରି ତାଙ୍କର ମୃତ୍ୟୁ ହୋଇଥିବା ଲୋକେ ଜଣାଇଛନ୍ତି । ଉଭୟ ବନ୍ଧୁ ମେଳାପି, ପରୋପକାରୀ  ଥିଲେ । ଶୁଭେନ୍ଦୁଙ୍କୁ ମାତ୍ର ୬୨ ବର୍ଷ ହୋଇଥିଲା। ବଡ଼ ପୁଅ ସୁନିଲ କୁମାର ସାହୁ ମୁଖାଗ୍ନୀ ଦେଇ ଥିଲେ । ଗୋଟିଏ ଦିନରେ ଗୋଟିଏ ଗାଁରେ ଦୁଇ ବନ୍ଧୁଙ୍କର ଏଭଳି ମୃତ୍ୟୁ ରେ ସମଗ୍ର ଗ୍ରାମ ରେ ଶୋକର ଛାୟା ଖେଳିଯାଇଛି । ଗୋଟିଏ ଶ୍ମଶାନରେ ଉଭୟଙ୍କ ଜୁଇ ଜଳିଥିବା ଜଣାପଡିଛି । 

ମଣିଭଦ୍ରା ଖବର, ଗଣିଆ ନୟାଗଡ

Post a Comment

Previous Post Next Post
Header ADS