ସେବାୟତ ମାନଙ୍କ ମାନମନି ଅବହେଳିତ ଅବସ୍ଥାରେ ଶ୍ରୀ ଶ୍ରୀ ତୃତୀୟା ଦେବ ଜୀଉ
ବାଙ୍କୀ , -: କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ସରଣ୍ଡା ଗଡର ଆରାଧ୍ୟ ଦେବତା ସୁବର୍ଣ୍ଣ ପୁର ଗ୍ରାମରେ ବିଜେ ଶ୍ରୀ ଶ୍ରୀ ତୃତୀୟା ଦେବ ଜୀଉ ମନ୍ଦିର ଏବେ ଅବହେଳିତ ଅବସ୍ଥାରେ ଗତି କରୁଛି । ବିଭିନ୍ନ ସେବାୟତ ମାନଙ୍କ ମାନମନି ଯୋଗୁ ଶ୍ରୀ ଜୀଉ ଙ୍କ ପୂଜା କାର୍ଯ୍ୟରେ ବିଘ୍ନ ସୃଷ୍ଟି ହେଉଥିବା ଜଣାପଡିଛି । ପ୍ରକାଶ ଥାଉ ସରଣ୍ଡା ଗଡର ତତ୍କାଳୀନ ରାଜା ସୁବର୍ଣ୍ଣ କେଶରୀ ଦେବ ଦେବଙ୍କୁ ଜଗନ୍ନାଥ ଙ୍କ ସ୍ୱପ୍ନାଦେଶ ହେବା ପରେ ସୁବର୍ଣ୍ଣପୁର ଗ୍ରାମରେ ରାଜା ମନ୍ଦିର ନିର୍ମାଣ କରିଥିଲେ ବୋଲି ଲୋକେ କୁହନ୍ତି । ଯାହାର ନାମ ଶ୍ରୀ ଶ୍ରୀ ତୃତୀୟା ଦେବ ଜୀଉ ଙ୍କ ନାମରେ ନାମିତ କରାଯାଇ ପ୍ରଭୁ ବଲଭଦ୍ର , ଶୁଭଦ୍ରା ଓ ଜଗନ୍ନାଥ ପୂଜା ପାଉଛନ୍ତି। ମହାନଦୀ ନିକଟରେ ସ୍ଥାପିତ ହୋଇଥିବା ଏହି ମନ୍ଦିର ଶ୍ରୀକ୍ଷେତ୍ର ପୁରୀ ମନ୍ଦିର ର ଅବିକଳ ନକଲ ସଦୃଶ୍ୟ କାରୁକାର୍ଯ୍ୟ ରେ ନିର୍ମିତ । ଶ୍ରୀ ଜିଉଙ୍କ ସେବା ଓ ନିତିକାର୍ଯ୍ୟ ନିମନ୍ତେ ତତ୍କାଳୀନ ରାଜା ୩୬ ପ୍ରଜାତି ନିଜୋଗୀ ନିଯୁକ୍ତି କରିଥିଲେ । ପିଢ଼ି ପରେ ପିଢ଼ି ଶ୍ରୀ ଜୀଉ ଙ୍କ ସେବା କାର୍ଯ୍ୟ କରି ଆସୁଥିବା ବେଳେ ଗତ କିଛି ବର୍ଷ ଧରି ଶ୍ରୀ ଜୀଉ ଙ୍କ ସେବା ଓ ନୀତି କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରି ଆସୁଛନ୍ତି କେତେକ ସେବାୟତଙ୍କୁ। ଫଳରେ ଶ୍ରୀ ଜୀଉ ଙ୍କ ସେବା କାର୍ଯ୍ୟ ରେ ବିଘ୍ନ ସୃଷ୍ଟି ହେଉଥିବା ପୂଜକ ଓ ଗ୍ରାମବାସୀ କୁହନ୍ତି । ଦୈନନ୍ଦିନ ନିତିକ୍ରନ୍ତି ସେବା କାର୍ଯ୍ୟ ରେ ନିୟୋଜିତ ଥିବା ସେବାୟତ ମାନଙ୍କ ମଧ୍ୟରୁ ଟହଲ ସେବା କରୁ ନଥିବା ବେଳେ ବେହେରା ସେବାୟତ ଙ୍କ ମଧ୍ୟରୁ ଶ୍ରୀ ଜୀଉ ଙ୍କ ରୋଷ କାର୍ଯ୍ୟ ନିମନ୍ତେ ପାଣି ଦେଉନାହାନ୍ତି । ସେହିପରି ତୁଳା ଭିଣା , ଦାନ୍ତକାଠି ସେବାୟତ ମାନେ ମଧ୍ୟ ସେବାରୁ ନିବୃତ ରହୁଥିବାରୁ ସେବା କାର୍ଯ୍ୟ ରେ ବିଘ୍ନ ସୃଷ୍ଟି ହେଉଛି । ଶ୍ରୀ ଜିଉଙ୍କ ରଥ ନିର୍ମାଣ କାରୀ ବଢେଇ , କମାର ଆଦି ସେବା କାର୍ଯ୍ୟରୁ ନିବୃତ ରହୁଥିବା ହେତୁ ଶ୍ରୀ ଜୀଉ ଙ୍କ ସେବା କାର୍ଯ୍ୟରେ ବହୁ ବିଘ୍ନ ଘଟୁଥିବା ସେବାୟତ ମାନେ କୁହନ୍ତି । ଶ୍ରୀ ଜୀଉ ଙ୍କ ସେବାକାରୀ ମାନଙ୍କୁ ଚଳିବା ପାଇଁ ସେବା ମୁତାବକ କାର୍ଯ୍ୟ କରିବା ନିମନ୍ତେ ତତ୍କାଳୀନ ରାଜା ଆବଶ୍ୟକ ମୁତାବକ ଘରଡିହ , ବାରି ଓ ଚାଷ ଜମି ଏଭଳି ସମସ୍ତ ସେବାକାରୀ ମାନଙ୍କୁ ୨୨ ବାଟି ସମ୍ପତି ଯୋଗାଇ ଦେଇଥିଲେ । ପିଢ଼ି ପରେ ପିଢ଼ି ସେବାକାରୀ ମାନେ ସେବା କରି ଆସୁଥିବା ବେଳେ ବର୍ତ୍ତମାନ ସମୟରେ ବିଭିନ୍ନ ସେବାକାରୀ ସେବା କାର୍ଯ୍ୟରୁ ନିବୃତ ରହୁଥିବା ହେତୁ ଶ୍ରୀ ଜୀଉ ଙ୍କ ସେବା କାର୍ଯ୍ୟରେ ବହୁ ବିଘ୍ନ ସୃଷ୍ଟି ହେଉଛି । ଗତ ୨୦୧୭/୧୮ ମସିହାରେ ସରକାର ଙ୍କ ଦେବୋତ୍ତର ବିଭାଗ ପକ୍ଷରୁ ଏହି ପୁରାତନ ମନ୍ଦିର କୁ ନିଜ ଅଧୀନ କୁ ନେଇଥିଲେ । ଦେବୋତ୍ତର ବିଭାଗ ନିଜ ଅଧୀନ କୁ ନେବା ପୂର୍ବରୁ ଏବଂ ପରଠାରୁ ଶ୍ରୀ ଜୀଉ ଙ୍କ ବିଭିନ୍ନ ସେବାକାରୀ ବିଭିନ୍ନ ସମୟରେ ବିଘ୍ନ ସୃଷ୍ଟି କରୁଛନ୍ତି । ଦେବୋତ୍ତର ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇ ସଦସ୍ୟ ନିଯୁକ୍ତି ରହିଥିବା ବେଳେ ଏହି ମନ୍ଦିର ର ରକ୍ଷଣା ବେକ୍ଷଣ ତଦାରଖ ଓ ସୁପରିଚାଳନା ନିମନ୍ତେ ସଭାପତି ଭାବେ ବାଙ୍କୀ ତହସିଲ ଦାର , ଆଇନ୍ ଶୃଙ୍ଖଳ ପାଇଁ ବାଙ୍କୀ ଥାନା ଆଇ ଆଇ ସି , ଆଠଗଡ଼ ରେଞ୍ଜର , ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ସ୍ଥାୟୀ ପଦବୀ ରେ ଥିବା ବେଳେ ଅସ୍ଥାୟୀ ଭାବେ ଅନ୍ୟ ଅଣ ସେବାକାରୀ ମାନେ ରହିଛନ୍ତି । କିନ୍ତୁ ପରିତାପର ବିଷୟ ଏଭଳି ଏକ ପୁରାତନ ମନ୍ଦିର ରକ୍ଷଣା ବେକ୍ଷଣ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଯେଉଁ କମିଟି ଗଠନ କରାଯାଇଛି ସେମାନେ କେଉଁ ଦିନ ମନ୍ଦିର ର ରକ୍ଷଣା ବେକ୍ଷଣ ଦିଗରେ ଅନୁଧ୍ୟାନ କରୁନଥିବା ହେତୁ ବର୍ତ୍ତମାନ ଦିନରେ ଶ୍ରୀ ଜୀଉ ପୂଜା ଓ ନିତିକ୍ରାନ୍ତି ସେବାରୁ ବଞ୍ଚିତ ହୁଅନ୍ତି । ଅନ୍ୟପଟେ ଶ୍ରୀ ଜୀଉ ଙ୍କ ସମ୍ପତି ଉପରେ ଅନେକ ମୁଷ୍ଟିମେୟ ଲୋକ ବଳପୂର୍ବକ ଜବରଦଖଲ କରି ନିଜ ଅକ୍ତିଆର କରିନେଇଥିଲେ ମଧ୍ୟ ଦେବୋତ୍ତର ବିଭାଗ କିମ୍ୱା ଦେବୋତ୍ତର କମିଟି ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉ ନଥିବା ବିଭିନ୍ନ ସେବାକାରୀ ଓ ଗ୍ରାମବାସୀ ମାନେ କୁହନ୍ତି । ଅଧିକାଂଶ ଦିନରେ କେତେକ ସେବାକାରୀ ମାନଙ୍କ ପାଇଁ ଶ୍ରୀ ଜୀଉ ଙ୍କ ପୂଜା ଓ ନିତିକ୍ରାନ୍ତି ସେବା କାର୍ଯ୍ୟରେ ବିଭିନ୍ନ ସମୟରେ ବହୁ ବିଘ୍ନ ସୃଷ୍ଟି ହେଉଛି । ଫଳରେ ଶ୍ରୀ ଶ୍ରୀ ତୃତୀୟା ଦେବ ଜୀଉ ପୂଜା , ନୀତି ଆଦି ରେ ସମସ୍ୟା ସୃଷ୍ଟି ହେଉଛି । ଦେବୋତ୍ତର ବିଭାଗ ଅଧିକାରୀ ଏବଂ ଦେବୋତ୍ତର ବିଭାଗ କମିଟି ପକ୍ଷରୁ ଯଥା ସମ୍ଭବ ଯଦି କୌଣସି ଆବଶ୍ୟକତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି। ନଚେତ ଆଗମୀ ଦିନରେ ଏହି ସର୍ବ ପୁରାତନ ପ୍ରସିଦ୍ଧ ଶ୍ରୀ ଶ୍ରୀ ତୃତୀୟା ଦେବ ଜୀଉ ଙ୍କ ସେବା ଓ ନିତିକାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇପାରେ ବୋଲି ପୂଜକ ସେବାୟତ ମାନେ କହିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق