ବାଲୁଗାଁ ଅବକାରୀ ବିଭାଗର ଚଢ଼ାଉ ଦୁଇ ଗିରଫ ।
ଟାଙ୍ଗୀ - ଦିନକୁ ଦିନ ଗ୍ରାମାଞ୍ଚଳ ମାନଙ୍କରେ ଚୋରା ମଦ ବିକ୍ରି ବଢ଼ି ଚାଲିଛି..... ଗ୍ରାମାଞ୍ଚଳରେ ଘରୋଇ ନିଶା ବେପାରୀ ମାନେ ଦେଶୀ ମଦ ବିକ୍ରି କରି ଅନେକ ଲୋକଙ୍କ ଧନ ଜୀବନ ନଷ୍ଟ କରୁଛନ୍ତି..... ଗ୍ରାମାଞ୍ଚଳରେ ନାବାଳକ ଯୁବକ ମାନେ ଘରୋଇ ନିଶା ବେପାରୀଙ୍କ ଠାରୁ ମଦ ପିଇ ଭବିଷ୍ୟତ ଅନ୍ଧାର ଘେରରେ ବିତୁଛି ଜୀବନ ....ଖୋର୍ଦ୍ଧା ଅବକାରୀ ଅଧିକ୍ଷକ ସୁମିତି ତ୍ରିପାଠୀ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଅବକାରୀ ବିଭାଗ ଅଜିତି କୁମାର ପାତ୍ର ନେତୃତ୍ୱରେ ଏବେ କଡ଼ାକଡ଼ି ଭାବରେ ପ୍ରେଟୋଲିଙ୍ଗ ଜାରି ରଖି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଜରିପଡ଼ା ଗ୍ରାମରୁ ରବୀନ୍ଦ୍ର ପରିଡ଼ା , ବାଲୁଗାଁ ବାଣପୁର ଗୋପୀନାଥ ଛକ ଅଞ୍ଚଳର ଗଣେଶ ପ୍ରଧାନ , ଦୁଇ ଅଭିଯୁକ୍ତ ଙ୍କ ଠାରୁ ୧୭ଲିଟର ଦେଶୀ ମଦ ଜବତ କରି ଗିରଫ କରିଛି ବାଲୁଗାଁ ଅଵକାରୀ ବିଭାଗ .... ଚୋରା ମଦ ବିକ୍ରି କଟକଣାକୁ ଆଗାମୀ ଦିନରେ ଚଡାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି.... ସୋରଣ , ମାନସିଂହପୁର , ହାଟ ବରଢ଼ୀହ ,ନଈରି ,ବଉଳାବନ୍ଧ ଗ୍ରାମରେ ଚୋରା ମଦ ବିକ୍ରି ଉପରେ କେବେ ରୋକ ଲାଗିବା ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق