*ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ପାଳନ ହେଲା ୬୦ତମ ପ୍ରତିଷ୍ଠା ଦିବସ।
*ରଙ୍ଗେଇଲୁଣ୍ଡା -/ ଗଞ୍ଜାମ ଜିଲ୍ଲା ର ଶୈକ୍ଷିକ ପ୍ରାଣ କେନ୍ଦ୍ର ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରେ ଆଜି ୬୦ ତମ ପ୍ରତିଷ୍ଠା ଦିବସ ପାଳନ। ଇତିହାସ ସାକ୍ଷୀ ଅଛି ୨ ଜାନୁୟାରୀ ୧୯୬୭ ରେ ପ୍ରତିଷ୍ଠିତ ହୋଇଥିଲା ଶିକ୍ଷାନୁଷ୍ଠାନ ।ଗଞ୍ଜାମ ଜିଲ୍ଲା ର ଶ୍ରେଷ୍ଠ କବି ଉପନ୍ଦ୍ରେ ଭଞ୍ଜ ଙ୍କୁ ସମ୍ମାନ ଦେଇ ତଥା ତାଙ୍କ ସ୍ମୃତି କୁ ଚିରସ୍ଥାୟୀ କରିବା ପାଇଁ ସେ କ୍ୟାମ୍ପସ କୁ ଭଞ୍ଜ ବିହାର ଭାବରେ ନାମିତ କରାଯାଇଛି ।* *ଶିକ୍ଷା ର ପ୍ରଗତି କୁ ପାଥେୟ କରି ଇତି ମଧ୍ୟରେ ଅତିକ୍ରାନ୍ତ କରିଛି ଛଅ ଦଶନ୍ଧି ର ଯାତ୍ରା। ଆଜିର ଏ ପୂଜ୍ୟ ପୂଜା ସମାରୋହ ରେ ଅଧ୍ୟକ୍ଷତା କରିଥିଲେ ମାନନୀୟା କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଏବଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହା ନିର୍ଦ୍ଦେଶକ ଡ଼. ମୁତ୍ୟୁଞ୍ଜୟ ମହାପାତ୍ର ତତ୍ ସହିତ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ଆଇଜର ର ନିର୍ଦେଶକ ଅଶୋକ କୁମାର ଗାଙ୍ଗୁଲି ତତ୍ ସଙ୍ଗେ ସଙ୍ଗେ ମୂଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି । ପ୍ରତିବର୍ଷ ଭଳି ଜ୍ଞାନୀ ବିଦ୍ୱାନ ବ୍ୟକ୍ତି କୁ ବିଭିନ୍ନ ସମ୍ମାନ ରେ ସମ୍ମାନୀତ କରାଗଲା।* *ସମ୍ମାନୀତ ବ୍ୟକ୍ତି ଙ୍କ ମଧ୍ୟରୁ ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନ ପ୍ରାପ୍ତ କରିବେ ଶ୍ରୀ ହୃଷିକେଶ ପାଣିଗ୍ରାହୀ ଏବଂ ଶ୍ରୀ ଜଗଦୀଶ ପାଣିଗ୍ରାହୀ ତତ୍ ସହିତ ଅଙ୍ଗବସ୍ତ୍ର ସମ୍ମାନ ରେ ସମ୍ମାନୀତ ହେଇଥିଲେ ଡ଼ା ରାଜେନ୍ଦ୍ର ପାଢ଼ୀ ଏବଂ ଡ଼ା ସୁରେନ୍ଦ୍ର ନାଥ ପାଣିଗ୍ରାହି ଏବଂ ପୂର୍ବ ଛାତ୍ର ସମ୍ମାନ ରେ ସମ୍ମାନୀତ ହେଇଥିଲେ ପ୍ରଫେସର୍ ୟୁ. ଟି ରାଓ ତତ୍ ସହ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସାହିତ୍ୟ ପୁରସ୍କାର ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଙ୍କୁ ପ୍ରଦାନ କରାଗଲା ମିଳିଥିବା ସୂଚନା ଅନୁଯାୟୀ ସ୍ନାତ୍ତୋକର ପରିଷଦ ର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ ପରେ ବିଶ୍ବବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ବିଶ୍ଵଵିଦ୍ୟାଳୟ ର ପ୍ରଗତୀ ବିବରଣୀ ପାଠ କରିଥିଲେ ପରିଶେଷ ରେ ସାମ୍ୱାଦିକ ଓ ଗଣ ଯୋଗ ବିଭାଗ ଦ୍ଵାରା ପ୍ରସ୍ତୁତ ଭଞ୍ଜବିହାର ଖବର ଉନ୍ମୋଚନ ହେଲା ପରେ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଗଲା ସଭା ଶେଷରେ କୁଳସଚିବ ଶ୍ରୀ ସଚ୍ଚିଦାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment