BREAKING
Loading...
:

୫ମ ମ୍ୟାଚରେ ବିଜୟ ସହିତ ସିରିଜ ଜିତିଲା ଭାରତ, ଅର୍ଶଦୀପ ସିଂହଙ୍କୁ ୫ଟି ଉଇକେଟ

୫ମ ମ୍ୟାଚରେ ବିଜୟ ସହିତ ସିରିଜ ଜିତିଲା ଭାରତ,ବୋଲି°ରେ ଅର୍ଶଦୀପ ସିଂହଙ୍କୁ ୫ଟି ଉଇକେଟ


 ବ୍ୟୁରୋ (ମଣିଭଦ୍ରା ଖବର) ଥିରୁଅନନ୍ତପୁରମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ଯରେ ଚାଲିଥିବା ୫ଟିକିଆ ଟି-ଟ୍ବେଣ୍ଟି ଟୁର୍ଣ୍ଣାମେଣ୍ଟର ୫ମ ମ୍ୟାଚରେ ଭାରତ ବିଜୟୀ ହୋଇଥିବା ଜଣାପଡିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୨୭୧ ରନ୍ ସଂଗ୍ରହ କରି ଥିଲା । ଭାରତ ପକ୍ଷରୁ ଇଷାନ କିଶାନ ତାଙ୍କର ଟି-ଟ୍ବେଣ୍ଟି କ୍ୟାରିୟର ପ୍ରଥମ ଶତକ ୧୦୩ ରନ୍ ହାସଲ କରିଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ୬୩ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୪୨ ରନ୍ ସଂଗ୍ରହ କରିଥିଲେ । ପ୍ରଥମ ଇନିଙ୍ଗସରେ ସର୍ବାଧିକ ୨୩ଟି ଛକା ହୋଇଥିବା ଜଣାପଡିଛି । ଜବାବରେ ନ୍ୟୁଜିଲାଣ୍ଡ ମାତ୍ର ୧୯.୩ ଓଭରରେ ୨୨୫ ରନ୍ ସଂଗ୍ରହ କରି ମ୍ୟାଚଟିକୁ ରନରେ ହାରି ଯାଇଥିଲା । ଭାରତ ପକ୍ଷରୁ ଅର୍ଶଦୀପ ସିଂ ବୋଲି°ରେ ୫ଟି ସଫଳତା ହାସଲ କରିଥିବା ବେଳେ ଅକ୍ଷର ପଟେଲ ୩ଟି ସଫଳତା ହାସଲ କରିଥିଲେ । ପଞ୍ଚମ ମ୍ୟାଚରେ ବିଜୟ ଲାଭ  କରି ଭାରତ ୫-୧ରେ ସିରିଜ ବିଜୟୀ ହୋଇଥିବା ଜଣାପଡିଛି । 

ମଣିଭଦ୍ରା ଖବର

Post a Comment

Previous Post Next Post
Header ADS