BREAKING
Loading...
:

ଗଣିଆ ବ୍ଳକ ପାଣ୍ଡରାସିଙ୍ଗା ଗ୍ରାମର ସୌମ୍ୟରଞ୍ଜନ ବେହେରାଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ମିଳିଲା 'ଉତ୍ତମ ଜୀବନ ରକ୍ଷା ପଦକ'

 ଗଣିଆ ବ୍ଳକ ପାଣ୍ଡରାସିଙ୍ଗା ଗ୍ରାମର ସୌମ୍ୟରଞ୍ଜନ ବେହେରାଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ମିଳିଲା 'ଉତ୍ତମ ଜୀବନ ରକ୍ଷା ପଦକ'


ନୟାଗଡ଼ (ମଣିଭଦ୍ରା ଖବର) ଗଣିଆ ବ୍ଲକ୍‌ର ପାଣ୍ଡରାସିଂହା ଗାଁର ବାସିନ୍ଦା ସୌମ୍ୟରଞ୍ଜନ ବେହେରା, ଯିଏ ଭାରତୀୟ ନୌସେନାରେ ଏଡଭାନ୍ସ୍‌ ଲାଇଟ୍‌ ହେଲିକପ୍ଟର (ରେସ୍କ୍ୟୁ ହେଲିକପ୍ଟର)ରେ ଏୟାର୍‌ କ୍ରୁ ଡାଇଭର ଭାବେ କାର୍ଯ୍ୟରତ, ତାଙ୍କୁ ଅସାଧାରଣ ସାହସ ପାଇଁ ରାଷ୍ଟ୍ରପତିଙ୍କ ‘ଉତ୍ତମ ଜୀବନ ରକ୍ଷା ପଦକ’ ପ୍ରଦାନ କରାଯାଇଛି।  ସମୁଦ୍ରରେ ସଙ୍କଟରେ ପଡ଼ିଥିବା ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିବାରୁ, ଅପରେସନ୍‌ ସମୟରେ ଦେଖାଇଥିବା ଅସାଧାରଣ ସାହସ ଓ ସଚେତନତା ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି । ଆଜି ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଦୈପ୍ରଦୀ ମୁର୍ମୁ ତାଙ୍କୁ ଏହି ପଦକ ପ୍ରଦାନ କରିଥିବା ଜଣାପଡିଛି । ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ଗ୍ରାମ ପାଣ୍ଡରାସିଙ୍ଗାରେ ଖୁସିର ଲହରୀ ଖେଳିଯାଇଛି । ଅନେକ ବୁଦ୍ଧିଜୀବୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । 

Post a Comment

أحدث أقدم
Header ADS