BREAKING
Loading...
:

ଆମ ଆଦମୀ ପାର୍ଟି ର ଗୋପାଳପୁର ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା।

 ଆମ ଆଦମୀ ପାର୍ଟି ର ଗୋପାଳପୁର ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା।


ରଙ୍ଗେଈଲୁଣ୍ଡା -

ରଙ୍ଗେଈଲୁଣ୍ଡା ବ୍ଲକ ର ଗୋପାଳପୁର ଏନଏସି କାର୍ଯ୍ୟାଳୟ ସମ୍ମୁଖ ରେ ଆମ ଆଦମୀ ପାର୍ଟି ର ବିଧାୟକ ପାର୍ଥୀ ତଥା ଜିଲ୍ଲା ଯୁବ ସଭାପତି ନୀଳକଣ୍ଠ ରେଡି ଙ୍କ ନେତୃତ୍ୱରେ ସହ ସହ ଆମ ଆଦମୀ ପାର୍ଟି ର ସାମର୍ଥକ ଧାରଣା ରେ ବସିଥିଲେ। ଗୋପାଳପୁର ର ସ୍ଥାନୀୟ ୱାର୍ଡ ମାନଙ୍କରେ କୋଠା ନିର୍ମାଣ କାମରେ ଅନିୟମିତତା ତଥା ନାଳ ଓ ରୋଡ ବିଭିନ୍ନ ଉନ୍ନତି କରଣ କାର୍ଯ୍ୟ ରେ ସଠିକ କାମ ନ ହେବା ଓ ସରକାରଙ୍କ ନିୟମ ଅନୁସାରେ କାମ ନ ହୋଇଥିବା ଅଭିଯୋଗ କରିଥିଲେ।ରାଜ୍ୟ ସରକାର ଙ୍କ ପାଣ୍ଠି ରୁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆସୁଥିବା ବେଳେ ସେ ସବୁ ବାଟମରଣ ରେ ହିଁ ରହିଯାଉଛି। ସଫେଇ ନାଁ ରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି କରାଯାଇଛି। ଅଫିସର ମାନେ କେବଳ ନିଜର ଚାକିରୀ ଓ ନିଜର ବ୍ୟକ୍ତିଗତ ର ଉନ୍ନତି କରିଚାଲିଛନ୍ତି। ଆଜି ଓଡ଼ିଶାର ଭଲ ପର୍ଯ୍ୟଟନ ସ୍ଥଳୀ ଭାବରେ ଗୋପାଳପୁର ପରିଚିତ କିନ୍ତୁ ପ୍ରଶାସନ ର ବ୍ୟବସ୍ଥା ଠିକ ନ ଥିବାରୁ ପର୍ଯ୍ୟଟକ ମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ଏବଂ ଆସିବା ପାଇଁ କୁଣ୍ଠାବୋଧ କରୁଛନ୍ତି। କେତେକ କର୍ମଚାରୀ ଅଫିସର ରାଜ ଚଳାଇଛନ୍ତି ଯାହାଫଳରେ ଅଫିସ କୁ ନିୟମିତ ଏବଂ ସଠିକ ସମୟରେ ଆସୁନାହାନ୍ତି। ଲୋକଙ୍କ ଆଶା ଭରସା ଥିଲା ସରକାର ବଦଳିଲା ସବୁ ଠିକଠାକ ହୋଇଯିବ କିନ୍ତୁ ଦିନକୁ ଦିନ ସେହି କାର୍ଯ୍ୟାଳୟ ରେ ଦୁର୍ନୀତି ବଢ଼ିବାରେ ଲାଗିଛି। ସୂଚନା ଅଧିକାର ନିୟମ ଅନୁସାରେ ମଗାଯାଇଥିବା ତଥ୍ୟ କୁ ଅଣଦେଖା କରୁଛନ୍ତି। ଯଦି ଗୋପାଳପୁର ର ସ୍ୱାଭିମାନ ବଜାୟ ନ ରହେ ତାହାହେଲେ ଆଗାମୀ ଦିନରେ ଆମ ଆଦମୀ ପାର୍ଟି ରାଜ ରାସ୍ତାକୁ ଓଲ୍ଲାଇବ ବୋଲି ଶ୍ରୀ ରେଡି ଚେତାବନୀ ଦେଇଛନ୍ତି। ତତ ସହିତ ଭିଜିଲାନ୍ସ ତଦନ୍ତ ପାଇଁ ଦାବୀ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆବାହକ ସୁବାଷ ରାଉତ, ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀନିବାସ ରେଡି ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS