ଥମିବାର ନାଁ ନେଉନି ଦାଦନ ସମସ୍ୟା,୧୪ ନାବାଳକ ସହିତ ୨୧ ଦାଦନ ଶ୍ରମିକ ଉଦ୍ଧାର, ଦାଦନ ସର୍ଦାର ଗିରଫ ସହ କୋର୍ଟ ଚାଲାଣ ।
ବଲାଙ୍ଗୀର/ଖପ୍ରାଖୋଲ, -:ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲା ରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଡବଲ ଇଞ୍ଜିନ ସରକାର ଙ୍କ ଶାସନ ସତ୍ତ୍ୱେ ଦାଦନ ସମସ୍ୟା ବୃଦ୍ଧି ପାଉଛି । ସୁଚନା ନୂଜାଇ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ର ପେଟ୍ରୋଲିଂ ଟିମ ଖବର ପାଇ ଦେଦର୍ହ ଛକ ନିକଟରୁ ରାଜ୍ୟ ବାହାର କୁ ବେଆଇନ ଭାବେ ଚାଲାଣ କରାଯାଉଥିବା ଖବର ପାଇ ଚଢାଉ କରିଥିଲା ।
ଉକ୍ତ ଚଢ଼ାଉ କରି ୭ ଜଣ ପୁରୁଷ, ୭ ଜଣ ମହିଳା ଓ ୧୪ ଜଣ ନାବାଳକ, ମୋଟ ୨୧ ଜଣଙ୍କୁ ଉଦ୍ଧାର କରି ଥାନାକୁ ଅଣା ଯାଇଥିଲା। ଉକ୍ତ ଲେବର ମାନଙ୍କୁ ସର୍ଦ୍ଦାର ନେବା ପାଇଁ ଯୋଜନା କରୁଥିଲେ ଓ ବେଆଇନ ଭାବେ ଚାଲାଣ କରୁଥିଲେ। ଉଦ୍ଧାର ହୋଇଥିବା ଶ୍ରମିକ ମାନେ ପାଟଣାଗଡ ଥାନା ଅଇଁଲାପାଲି ଗାଁର ବୋଲି ଜଣାପଡିଛି । ପୋଲିସ ଶ୍ରମିକ ମାନଙ୍କୁ ନିଜ ଗାଁରେ ସୁରକ୍ଷିତ ଅବସ୍ଥାରେ ହଞ୍ଚାଇ ଥିବା ବେଳେ ଦାଦନ ସର୍ଦ୍ଦାର କୁ ଗିରଫ କରିଥିଲା । ଦାଦନ ସର୍ଦ୍ଦାର ବେଲପଡା ର ବିରଞ୍ଚି ମହାନନ୍ଦ (୩୮) କୁ ଗିରଫ କରି କେଶ ନଂ. 275/25,ୟୁ/ଏସ 143/(3)/146/318(4) ବିଏନଏସ/25 ଅନୁଯାୟୀ କୋର୍ଟ ଚାଲାଣ କରିଥିବା ଖପ୍ରାଖୋଲ ଏସଆଇ ଏଲ. କିଷାନ ସୂଚନା ଦେଇଛନ୍ତି । ଏହି ଦାଦନ ଶ୍ରମିକ ସମସ୍ୟା ପାଇଁ ବିଭିନ୍ନ ଯୋଜନା କେବଳ କାଗଜ ପତ୍ର ରେ ସୀମିତ ରହିଥିବା ବେଳେ ସରକାର ଙ୍କ ଡବଲ ଇଞ୍ଜିନ ସରକାର ଙ୍କ ଶାସନ କୁ ଏତେ ଦିନ ବିତିଥିଲେ ବି କଣ ସୁଫଳ ମିଳିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment