BREAKING
Loading...
:

ବରପାଲିରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ

 ବରପାଲିରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ

 


ସମ୍ବଲପୁର/ଗୋଡଭଗା:



ବରଗଡ ଜିଲ୍ଲା ବରପାଲି ସ୍ଥିତ ସରସ୍ଵତୀ ସଂଘ ଓ ସରସ୍ଵତୀ ଭୌତିକ ଚିକିତ୍ସା କେନ୍ଦ୍ର ପକ୍ଷରୁ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ସରସ୍ଵତୀ ସଂଘ ସମ୍ପାଦିକା ସୁନିତା ମୁଣ୍ଡଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସଂଘ ଉପ ସଭାପତି ପ୍ରତିଭା ବାରିକ ଯୋଗଦେଇ ଦିବ୍ଯାଙ୍ଗ ଭାଇଭଉଣୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରୟାସ କରାଗଲେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ବଳତମ ହୋଇପାରନ୍ତା ବୋଲି ମତବ୍ୟକ୍ତ କରିଥିଲେ । ପରେ ପିଲାମାନଙ୍କୁ ନେଇ ଚିତ୍ରାଙ୍କନ, ସଫ୍ଟବଲ ଫିଙ୍ଗା ଏବଂ  ୧୦୦ମି. ଦୌଡ  ପ୍ରତିଯୋଗିତା ମାନ କରାଯାଇଥିଲା। ପ୍ରତିଯୋଗିତାରେ କୃତୀ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସଂଘ ସଦସ୍ୟା ଅଞ୍ଜଳି ପଧାନ ପୁରସ୍କାର ପ୍ରଦାନ କରିଥିଲେ | କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ପ୍ରଶାନ୍ତ କୁମାର ସାମଲ ଓ ପ୍ରତାପ ଚନ୍ଦ୍ର ବିଶ୍ଵାଳ, ଭୌତିକ ଚିକିତ୍ସକ ଡ. ସସୀମ ପଧାନ ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷୟତ୍ରୀ ବିବେଶିଖା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS