ଆକ୍ସନ ମୁଡ଼ରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ
କେନ୍ଦ୍ରାପଡା, - :
ଜିଲ୍ଲାପାଳ ରଘୁରାମ ଆର. ଆୟର କାର୍ଯ୍ୟରେ ଅବହେଳା କରୁଥିବା ସରକାରୀ କର୍ମଚାରୀ ମାନଙ୍କ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ୧୯ ବିଭାଗର ଦରମା ବନ୍ଦ କଲେ ଜିଲ୍ଲାପାଳ । ଡିଜିଟାଲ ଫାଇଲ୍ ରେ କାମ ନକରିବା ମହଙ୍ଗା ପଡ଼ିଛି କର୍ମଚାରୀଙ୍କୁ । ସରକାରୀ କାମ ଅନଲାଇନ୍ ମାଧ୍ୟମରେ କରିବାକୁ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଥିଲା ସରକାରଙ୍କ । ଓସ୍ୱାସ ଜରିଆରେ ଡିଜିଟାଲ ଫାଇଲ୍ ବ୍ୟବସ୍ଥା ପ୍ରଚଳନ କରିଥିଲେ ରାଜ୍ୟ ସରକାର ହେଲେ ଏଥିରେ ଗୁରୁତ୍ଵ ଦେଉ ନ ଥିଲେ ବିଭାଗୀୟ ଅଧିକାରୀ । ସ୍ବାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ପୋଲିସ ବିଭାଗ, ଉଠା ଜଳସେଚନ, କୃଷି ବିଭାଗ, ପ୍ରାଣୀଧନ ଚିକିତ୍ସା ଭଳି ଅନେକ ଗୁରୁତ୍ତ୍ୱପୂର୍ଣ ବିଭାଗ ଆଦେଶ ଅବମାନନା ଯୋଗୁଁ କର୍ମଚାରୀଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ । କାର୍ଯ୍ୟରେ ଅବହେଳା କରୁଥିବା ବିଭାଗ ଭିତରେ ସବୁଠୁ ଆଗରେ ରହିଛି ଜିଲ୍ଲାର ଶିକ୍ଷା ବିଭାଗ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment