BREAKING
Loading...
:

ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏଡ୍ସ ସମ୍ପର୍କିତ ସଚେତନତା ରାଲି

 ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏଡ୍ସ ସମ୍ପର୍କିତ ସଚେତନତା ରାଲି



ବ୍ରହ୍ମପୁର,- : ବିଶ୍ଵ ଏଡ୍ସ ଦିବସ ଉପଲକ୍ଷେ ମିନାକ୍ଷୀ ନଗର ସ୍ଥି ତ ସେଣ୍ଟ୍ ଜାଭି ୟର୍ସ ହାଇସ୍କୁଲର ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀମାନଙ୍କ ତରଫରୁ ଏଡ୍ସ ରୋଗର ସୁରକ୍ଷାର ବାର୍ତ୍ତା  ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲି ସ୍କୁଲ  ନିକଟରୁ ବାହାରିବା ସହ ବିଭିନ୍ନ ସ୍ଥାନ ପରିକ୍ରମା କରି ଛାତ୍ର ଛାତ୍ରୀମାନେ ଏଡ୍ସ ରୋଗର ଭୟାବହତା ନେଇ ସଚେତନତାର  ବାର୍ତ୍ତା ପ୍ରଦାନ କରି ଥିଲେ । ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ଼ ଧରି ବହୁ ସାହିରେ ଘରେ ଘରେ ଏପରି ସଚେତନତା କରିଥିଲେ । ଏଡ୍ସ ରୋଗ କାହିଁକି ହୁଏ,ଏହାର କାରଣ ଓ ନିରାକରଣ ନେଇ ମଧ୍ୟ ଛାତ୍ରଛାତ୍ରୀ ମାନେ ବହୁ ଲୋକଙ୍କୁ ବୁଝାଇ ଥିଲେ ।ଗାଇଡ୍ ଶିକ୍ଷୟିତ୍ରୀ ରଶ୍ମିତା ଦଳେଇ, ଶିକ୍ଷକ କିରଣ ନାୟକ ଓ ଅଭିଳାଶ ଶିଳା ପ୍ରମୁଖ ପରିଚାଳନାରେ ସହ ଯୋଗ କରିଥିଲେ। ସ୍କୁଲ ଅଧ୍ୟକ୍ଷ କାହୁଁ ଚରଣ ପଣ୍ଡା, ନିର୍ଦ୍ଦେଶକ କୁନାଲ୍ କୌଶିକ ପଣ୍ଡା, ରାହୁଲ୍ ରାଜ ପଣ୍ଡା ଙ୍କ ପରାମର୍ଶରେ ଏପରି  ଏଡ୍ସ ଦିବସ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS