ଖୋର୍ଦ୍ଧାକୁ ହରାଇ ମେଣ୍ଢାଶାଳ ଫାଇନାଲରେ
ଗଣିଆ ୨୯/୧୨(ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣାରେ ଥିବା ରଘୁନାଥ ଜୀଉ କ୍ଳବ୍ ଆନୁକୂଲ୍ୟରେ ୪୮ ତମ ଦୟାନିଧି ସାହୁ ଏବଂ ସୁଦର୍ଶନ ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ମେଣ୍ଢାଶାଳ (ଖୋର୍ଦ୍ଧା) ଏବଂ ଖୋର୍ଦ୍ଧା(୧୧) । ଖୋର୍ଦ୍ଧା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୧୪୩ ରନ୍ ସଂଗ୍ରହ କରିଥିଲା । ଜବାବରେ ମେଣ୍ଢାଶାଳ ୧୦ ଓଭରରେ ଗୋଟିଏ ଉଇକେଟ ହରାଇ ୧୪୪ ରନ୍ ସଂଗ୍ରହ କରି ମ୍ୟାଚଟିକୁ ଜିତି ଯାଇଥିବା ବେଳେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ମେଣ୍ଢାଶାଳର ମିଥୁନ ମଜୁମଦାର ମାତ୍ର ୩୫ ବଲରେ ୯୩ ରନ୍ ସଂଗ୍ରହ କରିଥିବାରୁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ବଣ୍ଟନ କରାଯାଇଥିଲା । ଆଜିର ମ୍ୟାଚ ପରିଚାଳନା କରିଥିଲେ ସମୀର କୁମାର ମହାପାତ୍ର ଏବଂ ତ୍ରିଲୋଚନ ବସ୍ତି । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଗଣିଆ ବ୍ଳକ ଉପାଧ୍ୟକ୍ଷ ରାଜକିଶୋର ସାହୁ ଯୋଗ ଦେଇ ଥିବାବେଳେ ସ୍ବତନ୍ତ୍ର ଅତିଥି ଭାବେ ଡାକ୍ତର ଜିତେନ କୁମାର ଜେନା ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ମଙ୍ଗଳବାର ଦ୍ବିତୀୟ ସେମିଫାଇନାଲ ମ୍ୟାଚ ବିଏନସିସି (କଟକ) ବନାମ ମାଜେଷ୍ଟି କ୍ଳବ(ଆଠଗଡ) ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଳବ୍ ତରଫରୁ ଜଣାପଡିଛି ।


Post a Comment