BREAKING
Loading...
:

କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

 କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ 




ବିଶ୍ୱର ସର୍ବପୁରାତନ ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସ ର ୧୪0 ତମ ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଦଳୀୟ ଅରଟ ଚିହ୍ନିତ ପତାକା ସ୍ଥାନୀୟ ଛାୟାପଥ ଖେଳପଡିଆ ଥରେ ପୂର୍ବାହ୍ନ ୯ ଘଟିକା ବେଳେ ଦଳୀୟ କାର୍ଯ୍ୟକର୍ତ୍ତା ସେବାଦଳ କର୍ମୀ ମାନଙ୍କ ଉପସ୍ଥିତିରେ ଉତ୍ତୋଳନ କରିଥିଲେ l ମଧ୍ୟାହ୍ନ ରେ ଗଣିଆ ଗାନ୍ଧୀ ଛକ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କ୍ଷୀର ସ୍ନାନ କରାଇ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ଥିଲା l ରାଜୀବଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଜିଲ୍ଲା ସଂଯୋଜକ ସୁକାନ୍ତ ଶତପଥିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିଷ୍ଠା ଦିବସ ସଭାରେ ଜିଲ୍ଲା ସଭାପତି ଶ୍ରୀ ଦାଶ, ୧୮୮୫ ଡିସେମ୍ବର ୨୮ ତାରିଖ ମୁମ୍ବାଇ ର ଗୋକୁଳଦାସ ତେଜପାଳ ସଂସ୍କୃତ ମହାବିଦ୍ୟାଳୟ ରେ କଂଗ୍ରେସ ଦଳ ସୃଷ୍ଟି ହୋଇ ୧୯୨୦-୪୭ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅହିଂସା ଅସ୍ତ୍ରରେ ଇଂରେଜ ମାନଙ୍କ ଶାସନ ହଟାଇ ଭାରତବର୍ଷ ସ୍ୱାଧୀନ ରାଷ୍ଟ୍ର ମାନ୍ୟତା ପାଇ ଆଜି ବିଶ୍ୱର ଶକ୍ତିଶାଳୀ ଦେଶ ଭାବେ ଉଭା ହୋଇଛି, ସେଥିପାଇଁ ଗାନ୍ଧିଜୀ ଏବଂ ପଣ୍ଡିତ ନେହେରୁଙ୍କ ଟ୍ୟାଗ ବଳିଦାନ ପାଇଁ ସମ୍ଭବ ହୋଇ ପାରିଥିବା କହିଥିଲେ l ପୁଣିଥରେ ଦଳକୁ ଗାନ୍ଧିଜୀ ଙ୍କ ନୀତିଆଦର୍ଶରେ ଦଳକୁ ଆଗେଇ ନେବା ପାଇଁ ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଖଣ୍ଡପଡା କଂଗ୍ରେସ ବିଧାୟକ ପ୍ରାର୍ଥୀ ବୈଜୟନ୍ତୀମାଳ ମହାନ୍ତି, ବରିଷ୍ଠ ନେତା ଲଡ଼ୁକେଶ୍ୱର ଷଡ଼ଙ୍ଗୀ,ନାରାୟଣ ସାହୁ, ନିର୍ମଳ ଚନ୍ଦ୍ର ରଥ, ରାଜ୍ୟ ଯୁବକଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ହାଲିମ ଖାଁ, ପ୍ରଦୀପ ମହାପାତ୍ର ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ଗଣିଆ ବ୍ଲକ କଂଗ୍ରେସ କମିଟି କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ l

ମଣିଭଦ୍ରା ଖବର,ନୟାଗଡ

Post a Comment

Previous Post Next Post
Header ADS