କଟକରେ ପ୍ରଥମ ଟି-ଟ୍ବେଣ୍ଟିରେ ଭାରତର ବିପୁଳ ବିଜୟ,ଭାରତର ବୋଲି° ଆଗରେ ଦକ୍ଷିଣ ଆଫ୍ରିକା ଧରାଶାୟୀ
କଟକ (ମଣିଭଦ୍ରା ଖବର) କଟକ ବାରବାଟି ଷ୍ଟାଡିୟମରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଟି-ଟ୍ବେଣ୍ଟି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡରି° ପ୍ରଦର୍ଶନ ଫଳରେ ପ୍ରଥମ ମ୍ୟାଚରେ ଭାରତ ଦମଦାର ବିଜୟ ଲାଭ କରିଛି । ପ୍ରଥମେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଧାର ୫୯ ରନ୍ବ (୨୮ ବଲ୍) ବଳରେ ୨୦ ଓଭରରେ ୧୭୫ ରନ୍ ସଂଗ୍ରହ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୧୨. ୨ ଓଭରରେ ମାତ୍ର ୭୪ ରନ୍ କରି ଅଲଆଉଟ ହୋଇ ମ୍ୟାଚଟିକୁ ହାରି ଯାଇଥିଲା । ଫଳରେ ଭାରତ ଟି-ଟ୍ବେଣ୍ଟି ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଥିବା ଜଣାପଡିଛି। ଭାରତୀୟ ବୋଲି° ଆଗରେ ହାର ମାନିଥିଲା ଦକ୍ଷିଣ ଆଫ୍ରିକା । ଭାରତ ତରଫରୁ ବୋଲି°ରେ ଅର୍ଶଦୀପ ସିଂ ୨ଟି,ଅକ୍ଷର ପଟେଲ ୨ଟି, ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ,ବରୁଣ ଚକ୍ରବର୍ତ୍ତୀ ୨ଟି,ଯଶପ୍ରୀତ ବୁମରା ୨ଟି ସଫଳତା ହାସଲ କରିଥିଲେ । କଟକରେ ମ୍ୟାଚ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା । ଭାରତର ବିପୁଳ ବିଜୟରେ ଓଡିଶାର ବିଭିନ୍ନ ସ୍ଥାନରେ ବିଜୟୋତ୍ସବ ପାଳନ କରାଯାଇଥିବା ବେଳେ ଭାରତୀୟ ଖେଳାଳୀଙ୍କୁ ବଧାଇ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ମଣିଭଦ୍ରା ଖବର,କଟକ


Post a Comment