ପିୟୁସିସି ବିନା ପେଟ୍ରୋଲ ମନା ନେଇ ଉଠିଲା ପ୍ରଶ୍ନ
ପଲୁସନ୍ ଅଣ୍ଡର ଚେକ୍ ସାର୍ଟିଫିକେଟ(PUCC) ନଥିବା ଯାନଗୁଡ଼ିକୁ ପେଟ୍ରୋଲ/ଡିଜେଲ୍ ନଦେବା ପାଇଁ ପେଟ୍ରୋଲ ପମ୍ପ ଗୁଡ଼ିକୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ବିବାଦୀୟ ହେବାରେ ଲାଗିଛି।
କେନ୍ଦ୍ରୀୟ ବାହନ ଡାଟାବେସ୍(central Vahan database) ଅନୁଯାୟୀ ଓଡ଼ିଶାରେ ପଞ୍ଜିକୃତ ୧.୧୭ କୋଟି ଗାଡ଼ି ମଧ୍ୟରୁ ୫୦ ରୁ ୬୦ ଲକ୍ଷ ଗାଡ଼ିରେ PUCC ନାହିଁ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରକାଶ ପାଇଛି।
ଏବେ ସରକାରଙ୍କ ଏପରି ପଦକ୍ଷେପର ବୈଧତା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି।
ସୁପ୍ରିମକୋର୍ଟ ବିଚାରପତି ଅରୁଣ ମିଶ୍ର, ଇନ୍ଦିରା ବାନାର୍ଜୀ ଏବଂ ଏମଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଦର୍ଶାଇଥିଲେ ଯେ, ନିର୍ଦ୍ଦେଶନାମା ବ୍ୟବହାରିକ ବାସ୍ତବତାକୁ ଅଣଦେଖା କରିଛି, ଯେପରିକି ପିୟୁସି ଅନୁପାଳନ ପାଇଁ ମରାମତି ଦୋକାନ କିମ୍ବା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ଯାନବାହାନଗୁଡ଼ିକୁ ଇନ୍ଧନ ବ୍ୟବହାର କରିବାର ଆବଶ୍ୟକତା। ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଯଦିଓ ଏନଜିଟି ଯାନବାହାନ ପଞ୍ଜିକରଣକୁ ସ୍ଥଗିତ ରଖିବା ଏବଂ ଅନୁପାଳନ ନ କରିବା ପାଇଁ ଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇପାରିବ, କିନ୍ତୁ ବୈଧାନିକ ବ୍ୟବସ୍ଥା ବାହାରେ ନୂତନ ଆଇନ ଲାଗୁ କରିବାର ଅଧିକାର ନାହିଁ।
୨୦୧୫ ମସିହା ୨୧ ଏପ୍ରିଲରେ ଦାଖଲ ହୋଇଥିବା ସିଭିଲ୍ ଆପିଲ୍ ଉପରେ ଆଧାରିତ ସୁପ୍ରିମକୋର୍ଟଙ୍କ ରାୟ ୨୦୨୦ ନିର୍ଦ୍ଦେଶରେ ଉଲ୍ଲେଖ କରାଯାାଇଥିଲା।
ସୂଚନାଯୋଗ୍ୟ, ବୈଧ PUC ସାର୍ଟିଫିକେଟ୍ ରଖିବା ଏବଂ/ଅଥବା ପ୍ରଦର୍ଶନ କରିବାର ଆବଶ୍ୟକତା ପାଳନ କରୁନଥିବା ଯାନଗୁଡ଼ିକୁ ଇନ୍ଧନ ଯୋଗାଣ ବନ୍ଦ କରିବା ବିଷୟରେ ୧୯୮୯ ନିୟମ କିମ୍ବା NGT ଆଇନରେ ବିଚାର କରାଯାଇ ନାହିଁ। ବୈଧ PUC ସାର୍ଟିଫିକେଟ୍ ରଖିବା ଏବଂ/ଅଥବା ପ୍ରଦର୍ଶନ କରିବାର ଆବଶ୍ୟକତା ପାଳନ କରୁ ନଥିବା ମୋଟରଯାନଗୁଡ଼ିକୁ ଇନ୍ଧନ ଯୋଗାଣରୁ ବାରଣ କରାଯାଇପାରିବ ନାହିଁ, ବୋଲି ଶୀର୍ଷକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।
ସୁପ୍ରିମକୋର୍ଟଙ୍କ ରାୟ ସ୍ପଷ୍ଟ କରୁଛି: ଯଦିଓ PUCC ଅମାନ୍ୟତା ପାଇଁ ଜରିମାନା ଏବଂ ଦଣ୍ଡ ଲାଗୁ କରାଯାଇପାରିବ କିନ୍ତୁ ଇନ୍ଧନ ଦେବାକୁ ମନା କକରିବା ଆଇନଗତ କର୍ତ୍ତୃତ୍ୱକୁ ଉଲ୍ଲଘଂନ କରୁଛି।
ସେହିପରି ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (IRDAI) ୨୭ ଅଗଷ୍ଟ ୨୦୨୦ରେ ଏକ ସ୍ପଷ୍ଟୀକରଣ ଜାରି କରିଥିଲେ ଯେ, ଏକ PUC ସାର୍ଟିଫିକେଟ୍ ନରଖିଲେ ମୋଟର ବୀମା ପଲିସି ଦାବିକୁ ପ୍ରତ୍ୟାଖ୍ୟାନ କରିବାର ଏକ ବୈଧ କାରଣ ନୁହେଁ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment