ତମାଣ୍ଡୋକୁ ହରାଇ ମଞ୍ଚେଶ୍ୱର ଫାଇନାଲରେ
ବାଙ୍କୀ,(ମାନସ ରଞ୍ଜନ ସାହୁ ): ଜୀବନ ଜ୍ୟୋତି କ୍ରିକେଟ କ୍ଳବ କଳାପଥର ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଦ୍ଵିତୀୟ ସତ୍ୟଭାମା -ଚୌଧୁରୀ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ତମାଣ୍ଡୋକୁ 159 ରନ ରେ ହରାଇ ମଞ୍ଚେଶ୍ୱର ଫାଇନାଲରେ ପ୍ରବେଶ କରିଛି. ପ୍ରଥମେ ବ୍ୟାଟିଂ କରି ମଞ୍ଚେଶ୍ୱର ନିର୍ଦ୍ଧାରିତ 25 ଓଭରରେ 8 ଓ୍ଵିକେଟ ହରାଇ 315 ରନ ସଂଗ୍ରହ କରିଥିଲା. ଦଳ ପକ୍ଷରୁ ଏମ.ଡ.ସୁଲେମାନ ସର୍ବାଧିକ 88 ରନ (39 ବଲ୍),ଓ ଅରବିନ୍ଦ ସିଂ 79 ରନ( 42ବଲ)ସଂଗ୍ରହ କରିଥିଲେ. ତମାଣ୍ଡୋ ଦଳର ସତ୍ୟବ୍ରତ ମାଝୀ ସର୍ବାଧିକ 3ଟି ସଫଳତା ପାଇଥିଲେ. ଏହାର ଜବାବରେ ତମାଣ୍ଡୋ ଦଳ 18.1 ଓଭରରେ ସମସ୍ତ ଓ୍ଵିକେଟ ହରାଇ 156ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା. ଦଳ ପକ୍ଷରୁ ସତ୍ୟବ୍ରତ ମାଝୀ ସର୍ବାଧିକ38ରନ (20ବଲ୍) କରିଥିଲେ..ମଞ୍ଚେଶ୍ୱର ଦଳର କ୍ଷମା ସାଗର ବଳ ଓ ବିବେକ ସାହୁ 3ଟି ଲେଖାଏଁ ସଫଳତା ହାସଲ କରିଥିଲେ..ଏମ.ଡ଼ି. ସୁଲେମାନ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ. ଆଜିର ମ୍ୟାଚ କୁ ପ୍ରମୋଦ ମହାପାତ୍ର ଏବଂ ପାର୍ଥବୀର ରୟଗୁରୁ ପରିଚାଳନା କରିଥିଲା ବେଳେ ସନ୍ତୋଷ କୁମାର ସାମଲ ଓ ପୂର୍ଣ୍ଣଚନ୍ଦ୍ର ମୁଦୁଲି ଘୋଷକ ଏବଂ ଦୀପକ ନାୟକ ଓ ସୁଧୀରଞ୍ଜନ ପଣ୍ଡା ସ୍କୋରର୍ ଥିଲେ .ଆୟୋଜକ କ୍ଲବର ଉପଦେଷ୍ଟା ତଥା କଳାପଥର ଧଳାପଥର ଆଞ୍ଚଳିକ ମହାବିଦ୍ୟାଳର ଇଂରାଜୀ ଅଧ୍ୟାପକ କିଶୋର କୁମାର ସାହୁ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତା ସତ୍ୟଭାମା ସାହୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ମ୍ୟାଚ ର ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ..ଆସନ୍ତା କାଲି ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଢେଙ୍କାନାଳ ଏବଂ ଭାଲିଆବାଡ଼ି ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କ୍ଳବର ସଭାପତି ନରେଶ କୁମାର ସାହୁ ସୂଚନା ଦେଇଛନ୍ତି ।
ମଣିଭଦ୍ରା ଖବର, ବାଙ୍କୀ


Post a Comment