*ରାଜ୍ୟରେ ଶୀତର ଲହରୀ ଜାରି, ଘନକୁହୁଡ଼ି ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ*
ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ଶୀତର ଲହରୀ ଜାରି, ଘନକୁହୁଡ଼ି ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା କୋରାପୁଟଠାରେ ୫.୫ ଡିଗ୍ରି ରେକର୍ଡ ହୋଇଛି । ଜି. ଉଦୟଗିରିରେ ୬.୮ ଡିଗ୍ରି, ଦାରିଙ୍ଗିବାଡ଼ିରେ ୭ ଡିଗ୍ରି, ସେମିଳିଗୁଡ଼ା ଓ ଫୁଲବାଣୀରେ ୮ ଡିଗ୍ରି, ବୌଦ୍ଧରେ ୯.୨ ଡିଗ୍ରି, ଚିପିଲିମା ଓ ରାଉରକେଲାରେ ୯.୯ ଡିଗ୍ରି ରେକର୍ଡ ହୋଇଛି। ସେହିପରି ଅନୁଗୁଳ ଓ ଭବାନୀପାଟଣାରେ ୧୦ ଡିଗ୍ରି, ଝାରସୁଗୁଡ଼ାରେ ୧୦.୪ ଡିଗ୍ରି ଓ ବଲାଙ୍ଗୀରରେ ୧୦.୮ ଡିଗ୍ରି ରାତି ପାରଦ ରହିଥିଲା ।
ରାଜଧାନୀ ଭୁବନେଶ୍ଵରେ ରାତି ତାପମାତ୍ରା ୧୩.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକରେ ରହିଥିଲା ୧୨.୪ ଡିଗ୍ରି । ଆସନ୍ତା ୪ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର ଓ ସୋନପୁରରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଥଣ୍ଡାରେ କମ୍ପୁଛି ରାଜଧାନୀ ଭୁବନେଶ୍ୱର: କୋରାପୁଟ, କନ୍ଧମାଳ, ଶିମିଳିପାଳରେ ବି କଲବଲ କରୁଛି ଶୀତ
ଶୀତୁଆ ସକାଳରେ କୁହୁଡିର ଆସ୍ଥରଣ ଦେହହାତକୁ କାଲୁଆ କରିଦେଉଥିବା ବେଳେ ଲୋକମାନେ ଛକ ବଜାର ରେ ଚା’ ଦୋକାନରେ ଗରମ ଚା’ ପିଇ ଆସୋସ୍ଥି ଲାଭ କରୁଥିବା ଦେଖିବାକୁ ମିଳିଛି । ରାସ୍ତାରେ ସବୁ ଯାନବାହାନ ଲାଇଟ ଲଗାଇ ଯାତାୟାତ କରୁଛନ୍ତି. ସ୍କୁଲ ପିଲାମାନେ ସକାଳୁ ଟ୍ୟୁସନ ଯିବାକୁ ନାନା ଅସୁବିଧା ହେଉଛନ୍ତି । କୁହୁଡି ଏମିତି ହୋଇଛି ଯେ ଦଶ ମିଟର ବାଟରୁ ଜଣକୁ ଜଣେ ଦେଖିବା କଷ୍ଟ ହେଉଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment